Below header

ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍, ମା-ପୁଅ ମୃତ 

 ମା-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍।  ଶୋଇଥିବାବେଳେ ମାଡିଗଲା ଟ୍ରକ। ଢେଙ୍କାନାଳ କାମାକ୍ଷାନଗର ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡିଆରେ ଏହି ଅଘଟଣ ଘଟିଛି। ମୃତକ ହେଲେ ମାଆ ରୁନୁ ପଧାନ ଓ ପୁଅ ଲିପୁ ପଧାନ। 

କାମାକ୍ଷାନଗର (କେନ୍ୟୁଜ): ମା-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍।  ଶୋଇଥିବାବେଳେ ମାଡିଗଲା ଟ୍ରକ। ଢେଙ୍କାନାଳ କାମାକ୍ଷାନଗର ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡିଆରେ ଏହି ଅଘଟଣ ଘଟିଛି। ମୃତକ ହେଲେ ମାଆ ରୁନୁ ପଧାନ ଓ ପୁଅ ଲିପୁ ପଧାନ।

ଗତକାଲି ରାତିରେ ରୁନୁ ପ୍ରଧାନ ପରିବାର ଲୋକଙ୍କ ସହ ଯାତ୍ରା ପଡିଆରେ ଶୋଇଥିବାବେଳେ ସେମାନଙ୍କ ଉପରେ ଟ୍ରକ ମାଡିଯାଇଥିଲା। ଘଟଣାସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋିଥିବାବେଳେ ଅନ୍ୟ ୪ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ଘର ବେଲବସନ୍ତ ଗାଁରେ । ସେମାନେ ଗାଁକୁ ଗାଁ ବୁଲି ମୂଳ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି। ରାତିରେ ଯାତ୍ରା ପଡିଆକୁ ଆସି ଶୋଇଥାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.