ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ନୂଆ ଭିଡିଓ… କହିଲେ, ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ

ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି। ଅନୁଭବ କହିଛନ୍ତି ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି । ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ । ଶାନ୍ତିଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ବୋଲି ବର୍ଷାକୁ ଅନୁରୋଧ କରିଛନ୍ତି ଅନୁଭବ ।

(କେନ୍ୟୁଜ): ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି। ଅନୁଭବ କହିଛନ୍ତି, ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ ପାରୁନି । ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି । ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ ।

ଶାନ୍ତିଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ବୋଲି ବର୍ଷାକୁ ଅନୁରୋଧ କରିଛନ୍ତି ଅନୁଭବ । ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ଅନୁଭବ କହିଛନ୍ତି, ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ବିଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିବା ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କୁ ଭିଡିଓରେ ଅନୁରୋଧ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.