ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପାଣି ଟାଙ୍କି ଉପରେ ଚଢି ଡେଇଁ ପଡ଼ିବାକୁ ଦେଲେ ଧମକ

ବଲାଙ୍ଗିର ସହର କଲେଜ ଛକରେ ହାଇଡ୍ରାମା। ପାଣି ଟାଙ୍କି ଉପରେ ଚଢି ଡେଇଁ ପଡ଼ିବାକୁ ଦେଲେ ଧମକ ଦେଲେ ଯୁବକ।ଦୀର୍ଘ ଘଣ୍ଟା ଧରି ପାଣି ଟାଙ୍କି ଉପରେ ରହିଛନ୍ତି।

ବଲାଙ୍ଗିର (କେନ୍ୟୁଜ): ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗିର ସହର କଲେଜ ଛକରେ ହାଇଡ୍ରାମା କରିଛନ୍ତି ଜଣେ ଯୁବକ । ଏକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଦୀର୍ଘ ଘଣ୍ଟା ଧରି ପାଣି ଟାଙ୍କି ଉପରେ ରହିଛନ୍ତି। ବଲାଙ୍ଗିର ଟାଉନ ଥାନା ପୋଲିସ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଶୁଣୁନାହାନ୍ତି ଯୁବକ । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ତଳେ ଜାଲ ବିଛାଇଛନ୍ତି ସ୍ଥାନୀୟ ଲୋକ । ତଳକୁ ଓହ୍ଲାଇ ଆସିବାକୁ ନିବେଦନ କରିଛନ୍ତି ।