ବିଶ୍ୱକପରୁ ବାଦ୍‌ ପଡିବା ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

ବିଶ୍ୱକପ ବାକି ମ୍ୟାଚରୁ ବାଦ୍‌ ପଡିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି ହାର୍ଦ୍ଦିକ । ବିଶ୍ୱକପ ପାଇଁ ବାକି ମ୍ୟାଚରୁ ବାଦ୍‌ ପଡିବା ହଜମ କରିବା ସହଜ ନୁହେଁ । କିନ୍ତୁ ମୋ ମନ ପ୍ରତି ମ୍ୟାଚରେ ପ୍ରତି ବଲ୍‌ରେ ଟିମ୍‌କୁ ଚିୟର କରିବ । ଆପଣଙ୍କ ପ୍ରାର୍ଥନା, ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ।

ବିଶ୍ୱକପ ୨୦୨୩ରୁ ବାଦ୍‌ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି । ବିଶ୍ୱକପ ବାକି ମ୍ୟାଚରୁ ବାଦ୍‌ ପଡିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି ହାର୍ଦ୍ଦିକ । ଏକ୍ସ(ଟ୍ଵିଟର)ରେ ନିଜର ପୋଷ୍ଟ କରିଛନ୍ତି । ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ ସମୟରେ ଆହତ ହୋଇଥିଲେ ।

ବିଶ୍ୱକପରୁ ଆଉଟ ହେବା ପରେ ହାର୍ଦ୍ଦିକ ଲେଖିଛନ୍ତି, ବିଶ୍ୱକପ ପାଇଁ ବାକି ମ୍ୟାଚରୁ ବାଦ୍‌ ପଡିବା ହଜମ କରିବା ସହଜ ନୁହେଁ । କିନ୍ତୁ ମୋ ମନ ପ୍ରତି ମ୍ୟାଚରେ ପ୍ରତି ବଲ୍‌ରେ ଟିମ୍‌କୁ ଚିୟର କରିବ । ଆପଣଙ୍କ ପ୍ରାର୍ଥନା, ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ଟିମ୍‌ ବହୁତ ଖାସ୍‌ ଆଉ ମୋର ବିଶ୍ୱାସ ଆମେ ସମସ୍ତଙ୍କୁ ଗୌରାବାନ୍ଵିତ କରିବୁ ।

ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବା ବେଳେ ହାର୍ଦ୍ଦିକ ୩ଟି ବଲ୍‌ ପକାଇ ଆହତ ହୋଇଥିଲେ । ହାର୍ଦ୍ଦିକ ବାମ ଗୋଡରେ ବଲ୍‌କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ମୋଡି ହୋଇଯାଇଥିଲା । ଏହି ମ୍ୟାଚରେ ହାର୍ଦ୍ଦିକଙ୍କ ବାକି ୩ଟି ବଲ ବିରାଟ କୋହଲି ବୋଲିଂ କରିଥିଲେ । ଏହାପରେ ହାର୍ଦ୍ଦିକ ବାକି ମ୍ୟାଚ ଖେଳିନଥିଲେ ଏବଂ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀ ରିହାବରେ ରହୁଥିଲେ ।

ତେବେ ବିଶ୍ୱକପ ମ୍ୟାଚ ପାଇଁ ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ୧୭ଟି ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳି ୨୯ ଓ୍ଵିକେଟ ନେଇଛନ୍ତି । ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ୨ଟି ମ୍ୟାଚ ଖେଳିଥିଲେ । ସେଥିରେ ୫ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.