ନୂଆପଡ଼ାରେ ପୁଣି ବାଘ ଆତଙ୍କ, ମହିଳାଙ୍କୁ ଟାଣି ନେଇ ଖାଇଲା

ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ l ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି l ମହିଳା ଚାଷ ଜମିକୁ ଯାଇଥିଲେ । ଏତିକିବେଳେ ତାଙ୍କୁ ଝାମ୍ପି ନେଇଥିଲା ବାଘ ।

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ମହିଳା ଚାଷ ଜମିକୁ ଯାଇଥିଲେ । ଏତିକିବେଳେ ତାଙ୍କୁ ଝାମ୍ପି ନେଇଥିଲା ବାଘ । ଜଙ୍ଗଲରେ ମାରିଖାଇ ଦେଇଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି ।

ସେପଟେ ଟିଟିଲାଗଡ ରେଞ୍ଜ ଅଧିନସ୍ଥ ବଡ଼ମାଳ ଅଞ୍ଚଳରେ ଏକ ଚିତା ବାଘ ବୁଲୁଥିବା ଦୃଶ୍ୟ ସାମନାକୁ ଆସିଛି । ଗୋଳାବାରୁଦ କାରଖାନା ନିକଟରେ ଥିବା ସୌର ପ୍ରକଳ୍ପ କାର୍ଯ୍ୟାଳୟ ତାର ବାଡ଼ ଦେଇ ଏକ ଚିତା ବାଘ ପ୍ରବେଶ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ପ୍ରକଳ୍ପପର କର୍ମଚାରୀ ଟିଟିଲାଗଡ ବନବିଭାଗକୁ ଅବଗତ କରାଇଛନ୍ତି । ଘଟଣାସ୍ଥଳକୁ ବଡ଼ମାଳ ବନ ବିଭାଗର ଏକ ଟିମ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.