Below header

ମେ ୧ରୁ ୧୮ରୁ ୪୪ ବର୍ଗ ବୟସ୍କଙ୍କ ପାଇଁ ଆରମ୍ଭ ହେବ ନାହିଁ ତୃତୀୟ ପର୍ଯ୍ୟାୟ ଟିକାକରଣ, ମେ ୩ ତାରିଖରୁ ଆରମ୍ଭ ହେବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ମେ ୧ରୁ ଆରମ୍ଭ ହେବ ନାହିଁ ତୃତୀୟ ପର୍ଯ୍ୟାୟ ଟିକାକରଣ। ସଟ୍‌ଡାଉନ ପାଇଁ ଶନିବାର-ରବିବାର ବନ୍ଦ ରହିବ ଟିକାକରଣ। ଏ ସମୟ ଭିତରେ ଯଦି କଂପାନୀଗୁଡିକରୁ ଟିକା ଆସିବ ପହଞ୍ଚିବ ତେବେ ମେ ୩ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ଯେଉଁଥିରେ ୧୮ରୁ ୪୪ ବର୍ଗ ବୟସ ବର୍ଗଙ୍କୁ ଟିକା ମିଳିବ।

ଅନୁମାନ କରାଯାଉଛି କୋଭାକସିନ୍‌ ଟିକା ଆସି ପହଞ୍ଚି ପାରେ। ଯଦି ଠିକ ସମୟରେ ଆସିବ ତେବେ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇପାରେ। କିନ୍ତୁ କୋଭିସିଲ୍‌ଡ କେବେ ପହଞ୍ଚିବ ତାହା ସ୍ପଷ୍ଟ ହୋଇ ନାହିଁ। ରାଜ୍ୟ ସରକାର ମେ ମାସ ସୁଦ୍ଧା ୫ ଲକ୍ଷ କୋଭାକ୍‌ସିନ ଟିକା ଦେବାକୁ ଭାରତ ବାୟୋଟେକ ଓ ୪୦ ଲକ୍ଷ କୋଭିସିଲଡ୍‌ ଟିକା ଦେବାକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌କୁ କୁହାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.