କରୋନା ପାଇଁ ଭାରତକୁ ପବଜି କମ୍ପାନୀ ତରଫରୁ ମିଳିଲା ୧.୫ କୋଟି ଟଙ୍କାର ସହାୟତା ରାଶି

କରୋନା ମହାମାରୀ କାରଣରୁ ପ୍ରାୟ ସବୁ ଦେଶରେ ଆର୍ଥିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପବଜି ମୋବାଇଲ ପବ୍ଲିସର କ୍ରାଫଟନ ପକ୍ଷରୁ ଭାରତକୁ ୧.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ପିଏମ୍ କେୟାରସ୍ ଫଣ୍ଡକୁ ପଠାଯାଇଛି । ଏହି ଫଣ୍ଡକୁ ଗତବର୍ଷ କୋଭିଡ ମହାମାରୀ ନିମିତ୍ତ ସହାୟତା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଣ୍ଡକୁ ଅନେକ କମ୍ପାନୀ ତରଫରୁ ସହାୟତା ରାଶି ମିଳିସାରିଲାଣି ।

ଏବେ ପବଜି ପବ୍ଲିସର କ୍ରାଫଟନ ପକ୍ଷରୁ ଦେଢ଼ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କ୍ରାଫଟନ ସିଇଓ Changhan Kimଙ୍କ କହିବା ଅନୁଯାୟୀ, ସେ ଭାରତ ସରକାରଙ୍କ ସହ ମିଶି କରୋନାକୁ ହରେଇବାରେ ସହଯୋଗର ହାତ ବଢ଼ାଇବେ । ଏହାସହ ଜରୁରୀ ମେଡିକାଲ ସୁବିଧା ସହ ଅକ୍ସିଜେନ ସପ୍ଲାଏ ଭଳି ଆଦି ସୁବିଧା ଯୋଗାଇବେ ।

କରୋନା ମହାମାରୀ ପାଇଁ ଚାଇନିସ ଆପ ପବଜି ଉପରେ ଭାରତ ରୋକ ଲଗାଇଥିଲା । ଏହାସହ ଅନ୍ୟ ୫୮ଟି ଆପକୁ ଭାରତରେ ବ୍ୟାନ କରାଯାଇଥିଲା । ଏହାପରେ କ୍ରାଫଟନ ଆଇଏନସି ଭାରତ ସହ ଲଗାତର ଭାବେ ସଂପର୍କ ଗଢ଼ିବାକୁ ଚେଷ୍ଟା ଜାରି ରଖିଛି । ଏହି କମ୍ପାନୀ ଚାହୁଁଛି ଯେ ଭାରତ ପବଜି ଗେମ ବ୍ୟାନକୁ ରୋକ ଲାଗାଉ । ଗତ ବର୍ଷ ଭାରତ ଓ ଚିନ ମଧ୍ୟରେ ହୋଇଥିବା ସୀମା ଯୁଦ୍ଧରେ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରେ ସମସ୍ତ ଚାଇନିସ ଆପକୁ ଭାରତରେ ବ୍ୟାନ କରାଯାଇଥିଲା ।

ତେବେ ଆପଣ ଜାଣନ୍ତି କି ପିଏମ କେୟାରସ୍ କୁ ଗତବର୍ଷ ଟିକଟକ୍ କମ୍ପାନୀ ପକ୍ଷରୁ ମଧ୍ୟ ଡୋନେସନ ଦିଆଯାଇଥିଲା । ଏହା ବ୍ୟତିତ ଗୁଗଲ, ଆମାଜନ ଓ ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ମଧ୍ୟ ସହାୟତା ରାଶି ଦିଆଯାଇଥିଲା । ଏବେ କରୋନାର ଦ୍ୱିତୀୟ ଲହର ସ୍ଥିତିକୁ ଆହୁରି ସଙ୍ଗୀନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.