Below header

ଯାଜପୁର : ମୋ ସ୍ତ୍ରୀ’ର ବାହାଘର ବନ୍ଦ କରାଅ, ଏଭଳି ଅଭିଯୋଗ ନେଇ ଥାନାରେ ସ୍ୱାମୀ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଆପଣମାନେ ସମସ୍ତେ ଖବରରେ ଦେଖିୁଥିବେ ଅବା ପଢୁଥିବେ ଯେ ସ୍ୱାମୀର ଦ୍ୱିତୀୟ ବିବାହକୁ ନେଇ ସ୍ତ୍ରୀ ଅଭିଯୋଗ କରେ । ହେଲେ ଏଠି ଘଟିଛି ପୂରା ଓଲଟା ଘଟଣା । ସ୍ତ୍ରୀ’ର ଦ୍ୱିତୀୟ ବିବାହକୁ ବିରୋଧ କରି ଥାନାକୁ ଆସିଛନ୍ତି ଜଣେ ସ୍ୱାମୀ।
ଏଭଳି ଏକ ଭିନ୍ନ ପ୍ରକାରର ମାମଲା ଯାଜପୁର ଥାନାରେ ଅଭିଯୋଗ ହେବା ପରେ ସାମ୍ନାକୁ ଆସିଛି। ଧର୍ମଶାଳା କଣ୍ଟିଗଡ଼ିଆ ଗାଁର ଭାଗ୍ଯଧର ଦାସ ଯାଜପୁର ଥାନା ଲକ୍ଷ୍ମଣପୁର ଗ୍ରାମର ହରିହର ମିଶ୍ରଙ୍କ ଝିଅକୁ ବିବାହ କରିଥିଲେ। ବାହାଘର ପରେ ସୁଚିତ୍ର ନିଜ ବାପ ଘରେ ରହିଥିଲେ ଏବଂ ଆଉ ଆଉ ଶାଶୁ ଘରକୁ ଆସିନଥିଲେ ।

ପରେ ଭାଗ୍ୟଧର ଯେତେବେଳେ ସ୍ତ୍ରୀକୁ ନେବା ପାଇଁ ଶ୍ୱଶୁର ଘରକୁ ଆସିଲେ ତାଙ୍କୁ ସେଠାରେ ଘରଜ୍ୱାଇଁ ଭାବେ ରହିବାକୁ କହିଥିଲେ ଶ୍ୱଶୁରଘର ଲୋକେ। ଏଥିରେ ଅରାଜି ହୋଇ ସେ ଫେରି ଯାଇଥିଲେ। ତେବେ ଏହା ଭିତରେ ସ୍ତ୍ରୀ ସୁଚିତ୍ରାଙ୍କର ଆସନ୍ତା ୫ ତାରିଖ ଦିନ ଅନ୍ଯ ଏକ ଜାଗାରେ ବିବାହ ହେଉଥିବା ଖବର ପାଇ ଥାନାରେ ଅଭିଯୋଗ କରିଛନ୍ତି ଭାଗ୍ଯଧର। ସୁଚିତ୍ରା ଆସିବା ବେଳେ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଆଣି ପଳାଇ ଆସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଅବଶ୍ୟ ଏ ନେଇ ସୁଚିତ୍ରାଙ୍କ ଘର ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.