Below header

ବଲାଙ୍ଗିର ବଙ୍ଗୋମୁଣ୍ଡାରେ କିଡନୀ ରୋଗ ଆତଙ୍କ , ବର୍ଷକ ଭିତରେ ପ୍ରାଣ ହରାଇଲେଣି ୧୦ରୁ ଅଧିକ

ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ଜଣଙ୍କ ପରେ ଜଣଙ୍କୁ ବ୍ୟାପିବାରେ ଲାଗିଛି ରୋଗ । ଗତ ବର୍ଷକ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଏବେ ବି ଅନେକ ଲୋକ ଆକ୍ରାନ୍ତ। ଲୋକଙ୍କ ଅଭିଯୋଗ ପରେ ଝଲପ ଗାଁକୁ ଯାଇ ସ୍ଥିତି ପରଖିଥିଲା କଳିଙ୍ଗ ଟିଭି। ଗାଁରେ ଥିବା ଦୂଷିତ ପାଣିକୁ ଦାୟୀ କରିଛନ୍ତ ଲୋକେ।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଝଲପ୍ ଗାଁ । ଗାଁରେ ମହାମାରୀ ରୂପ ନେଲାଣି କିଡନୀ ରୋଗ । କାରଣ ଗତ ବର୍ଷକ ଭିତରେ କିଡ୍ନୀ ରୋଗରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । ଆଉ କିଛି ଲୋକ ଜୀବନ ମରଣର ଦୋଛକିରେ ଠିଆ ହୋଇଛନ୍ତି । ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଥିବା ଏହି ଲୋକଙ୍କ ପାଇଁ ଏବେ ଅର୍ଥ ସାଜିଛି ବାଧକ । ସାହା ଭରସା ପାଲଟିଛି ଚେରମୂଳି ଔଷଧ ।

kidney 2

ରୋଗର କାରଣ ଖୋଜିବାକୁ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ହେଲେ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଆମେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କୁ ଅବଗତ କରାଇଥିଲୁ । ପୂର୍ବରୁ ଗାଁରେ ପାଣି ପରୀକ୍ଷା କରାଯାଇଥିବା ବେଳେ ଏବେ ଗାଁକୁ ଆଉ ଏକ ଡାକ୍ତରୀ ଦଳ ପଠାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.