Below header

ପୁରୀ ଜିଲ୍ଲାର ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସଂଧ୍ୟା ସୁଦ୍ଧା ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଥିମଧ୍ୟରୁ ପୁରୀ ସହରର ୪ ନମ୍ବର ଓ୍ଵାର୍ଡ ମଣିକର୍ଣ୍ଣିକା ସାହି ଥିବା ବେଳେ ପିପିଲି ବ୍ଲକର ପପରଙ୍ଗା ଗାଁ ଓ ବ୍ରହ୍ମଗିରି ବ୍ଲକର ଗଡରୋଡଙ୍ଗ ଗାଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।

ସେପଟେ ଜିଲ୍ଲାରେ କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ସାକ୍ଷୀଗୋପାଳ, ମଙ୍ଗଳପୁର, ବଡଶଙ୍ଖ, କଣାସ, ପ୍ରଭୃତି ଅଞ୍ଚଳ ଗସ୍ତ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଓ ବିଭିନ୍ନ ସୁବିଧାର ଯାଞ୍ଚ କରିଛନ୍ତି । ଗାଁ ଓ ପଞ୍ଚାୟତସ୍ତରରେ କରୋନା ପରିଚାଳନା କମିଟିର ଅଧିକାରୀ ଓ କର୍ମଚାରୀଙ୍କ ସହ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.