ଆରବ ସାଗରରେ ବିରାଜିତ ନିଷ୍କଳଙ୍କ ମହାଦେବ, ଯେଉଁଠାରେ ଏକାଠି ପୂଜା ପାଉଛନ୍ତି ୫ଟି ଶିବଲିଙ୍ଗ

ଗୁଜୁରାଟର ଭାବନଗରରେ କୋଳିୟାକ ତଟ ଠାରୁ ୩ କି.ମି ଭିତରେ ଆରବ ସାଗରରେ ନିଷ୍କଳଂକ ମହାଦେବ ମନ୍ଦିର ଅବସ୍ଥିତ। ଏଠାରେ ପ୍ରତ୍ଯେକ ଦିନ ସାଗରର ଲହରୀ ଶିବଲିଙ୍ଗ ଉପରେ ଜଳାଭିଷେକ କରିଥାଏ। ଲୋକମାନେ ପାଣିରେ ଚାଲି ଚାଲି ହିଁ ଦର୍ଶନ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ଜୁଆରର ଅପେକ୍ଷା କରିବାକୁ ପଡିଥାଏ। ଅତ୍ଯଧିକ ଜୁଆର ସମୟରେ କେବଳ ମନ୍ଦିରର ପତାକା ଏବଂ ସ୍ତମ୍ଭ ନଜର ଆସିଥାଏ। ଯାହାର ଦୃଶ୍ୟ ଦେଖିଲେ ଏହା ଭିତରେ ଏକ ପ୍ରାଚୀନ ଶୈବ ମନ୍ଦିର ଅବସ୍ଥିତ ବୋଲି କେହିଁ ବି ଅନ୍ଦାଜ୍ ଲଗାଇ ପାରିବେ ନାହିଁ।

mahadev2ସ୍ବୟଂ ଭଗବାନ ଶଙ୍କର ଦେଇଥିଲେ ଦର୍ଶନ

ଏହି ମନ୍ଦିରରେ ଭଗବାନ ଶଙ୍କରଙ୍କର ୫ଟି ଶିବଲିଙ୍ଗ ରହିଛି। ଏହି ପାଞ୍ଚ ଲିଙ୍ଗ ସାମ୍ନାରେ ନଦୀ ମଧ୍ଯ ପ୍ରବାହିତ ହେଉଛି। ପାଞ୍ଚଟି ଶିବଲିଙ୍ଗ ଏକ ବର୍ଗାକାର ମଞ୍ଚ ଉପରେ ଅବସ୍ଥିତ। ଏହି ମଞ୍ଚ ଉପରେ ଏକ ଛୋଟ ପୋଖରୀ ମଧ୍ଯ ରହିଛି। ଯାହାକୁ ପାଣ୍ହବ ପୋଖରୀ କୁହାଯାଇଥାଏ। ମାନ୍ଯତା ରହିଛି ଶ୍ରଦ୍ଧାଳୁମାନେ ପ୍ରଥମେ ସେହି ପୋଖରୀରେ ହାତ-ପାଦ ଧୋଇବା ପରେ ଶିବଲିଙ୍ଗର ପୂଜାର୍ଚ୍ଚନା କରିଥାନ୍ତି।

mahadev1ଅମବାସ୍ଯାରେ ଆୟୋଜନ ହୋଇଥାଏ ବିଶେଷ ପୂଜା

ମାନ୍ଯତା ରହିଛି ଏଠାକୁ ଆସି ପାଣ୍ଡବଙ୍କୁ କଳଙ୍କରୁ ମୁକ୍ତି ମିଳିଥିଲା। ଏହିକାରଣରୁ ଏହାକୁ ନିଷ୍କଳଙ୍କ ମହାଦେବ କୁହାଯାଏ। ଭାଦ୍ରବ ମାସର ଅମାବାସ୍ଯାରେ ଏଠାରେ ମେଳା ଲାଗିଥାଏ, ଯାହାକୁ ଭାଦ୍ରବୀ କୁହାଯାଇଥାଏ। ଏଥିସହ ପ୍ରତ୍ଯେକ ଅମାବାସ୍ଯାରେ ଏହି ମନ୍ଦିରରେ ଭକ୍ତଙ୍କ ବିଶେଷ ଭିଡ ଲାଗିଥାଏ। ବିଶେଷ ରୂପେ ପୂର୍ଣ୍ଣିମା ଏବଂ ଅମାବାସ୍ଯା ଦିନ ଏଠାରେ ଅଧିକ ଜୁଆର ଆସିଥାଏ। ତଥାପି ଏହି ଜୁଆର ଭିତରେ ଯାଇ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଯିବା ପାଇଁ ଅପେକ୍ଷା କରିଥାନ୍ତି। ମାନ୍ଯତା ରହିଛି ଏହି ମନ୍ଦିରକୁ ଆସି ଦର୍ଶନ କରିବା ମାତ୍ରେ ଭକ୍ତଙ୍କର ସମସ୍ତ ପାପ ଧୋଇ ହୋଇଯାଏ।

mahadev3ଏଠାରେ ପାପରୁ ମୁକ୍ତ ହୋଇଥିଲେ ପାଣ୍ଡବ

ଏହି ମନ୍ଦିରର ଇତିହାସ ମହାଭାରତ ଯୁଗ ସହ ଜଡିତ। ମହାଭାରତରେ ଯୁଦ୍ଧ ସମାପ୍ତି ପରେ ପାଣ୍ଡବମାନେ ବଡ ଦୁଃଖି ହୋଇଥିଲେ, କାରଣ ସେମାନଙ୍କୁ ନିଜ ବନ୍ଧୁଙ୍କୁ ହତ୍ଯା କରିବାର ପାପ ଲାଗିଥିଲା। ଏହାପରେ ପଞ୍ଚୁପାଣ୍ଡବ ଶ୍ରୀକୃଷ୍ଣଙ୍କ କହିବାନୁସାରେ ଗୁଜୁରାଟରେ ଅବସ୍ଥିତ କୋଳିୟାକ ତଟ ନିକଟରେ ପହଞ୍ଚିଥିଲେ ଏବଂ ସେଠାରେ ଭଗବାନ ଶିବଙ୍କୁ ଧ୍ଯାନ କରି ତପସ୍ଯା କରିଥିଲେ। ଶେଷରେ ଭୋଳାନାଥ ତପସ୍ଯାରେ ପ୍ରସନ୍ନ ହୋଇ ପାଞ୍ଚ ଭାଇଙ୍କୁ ଲିଙ୍ଗ ରୂପରେ ଭିନ୍ନ ଭିନ୍ନ ଦର୍ଶନ ଦେଇଥିଲେ। ସେହି ପାଞ୍ଚଟି ଲିଙ୍ଗ ଆଜି ମଧ୍ଯ ଏହିଠାରେ ବିରାଜିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.