Below header

ନିମାପଡ଼ା ହାଇସ୍କୁଲରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ବେଆଇନ କାର୍ଯ୍ୟକଳାପ ନେଇ ୩ ଯୁବକ ଗିରଫ: କର୍ତ୍ତବ୍ୟରେ ଅବହେଳା କରିଥିବା ପିଇଓ ନିଲମ୍ବିତ,ଜିଆରଏସ୍‌ ବହିଷ୍କାର

ପୁରୀ: ପୁରୀ କୃଷ୍ଣପ୍ରସାଦ ବ୍ଲକର ନିମାପଡ଼ା ହାଇସ୍କୁଲରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ବେଆଇନ କାର୍ଯ୍ୟକଳାପ ନେଇ ୩ ଯୁବକ ଗିରଫ ହୋଇଛନ୍ତି । ଏହି ଯୁବକମାନେ ସାମାଜିକ ଦୂରତ୍ୱ ରକ୍ଷା ନକରି ସଂଗବଦ୍ଧ ଭାବେ ଏକାଠି ହେବା ଓ ନିଶା ସେବନ କରିବାର ଭିଡିଓ ଭାଇରାଲ ହୋଇଥିଲା । ଗିରଫ ୩ ଯୁବକ କାଳୁ ଜେନା, ଧୀର ପଲେଇ ଓ ଉତ୍ତମ ତରେଇ ବୋଲି ଜଣାପଡ଼ିଛି ।

ସେହିପରି ଏଠାରେ ଥିବା କ୍ୱାରେଣ୍ଟାଇନ୍‌ ଆଇସୋଲେସନ୍‌ ସେଣ୍ଟରରେ କର୍ତ୍ତବ୍ୟରେ ଅବହେଳା କରିଥିବା ପିଇଓ ସୌମ୍ୟରଞ୍ଜନ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଜିଆରଏସ୍‌ ମୁକେଶ କୁମାର ଜେନାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ପଞ୍ଚାୟତ ସମିତି ସଦସ୍ୟ ଉତ୍ତମ ତରେଇଙ୍କୁ ସଦସ୍ୟ ପଦରୁ ହଟାଇବା ପାଇଁ ସୁପାରିଶ କରାଯାଇଛି । ଏହି ସମସ୍ତ ମାମଲାରେ କୃଷ୍ଣପ୍ରସାଦ ତହସିଲଦାର ଅନୁସନ୍ଧାନ କରିବା ପରେ ଥାନାରେ ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.