ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆଇସିୟୁରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, କରୋନା ପଜେଟିଭ୍‌ ଜଣାପଡ଼ିବା ପରେ ୨୭ ମାର୍ଚ୍ଚରୁ ରହିଥିଲେ ସେଲ୍‌ଫ ଆଇସୋଲେସନ୍‌ରେ

ଆଇସିୟୁରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । କରୋନା ପଜେଟିଭ୍‌ ଜଣାପଡ଼ିବା ପରେ ୨୭ ମାର୍ଚ୍ଚରେ ସେଲ୍‌ଫ ଆଇସୋଲେସନ୍‌ରେ ରହିଥିଲେ । ରବିବାର ବିଳମ୍ବିତ ରାତିରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଗତକାଲି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିଲା। ହେଲେ ଦ୍ୱିପହର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଜନ୍‌ସନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ସେଠାରୁ ନିଜ କାମ କରୁଥିଲେ । ଆଇସିୟୁରେ ଭର୍ତ୍ତି କରାଯିବା ପରେ ବିଦେଶ ମନ୍ତ୍ରୀ ଡାମିନିକ୍‌ ରାବ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ କାମ କରିବେ ।

Leave A Reply

Your email address will not be published.