CBSE ର ନକଲି ସର୍କୁଲାରଠୁ ସାବଧାନ୍, ସୋସିଆଲ ମିଡ଼ିଆରେ ପ୍ରଚାରିତ ହେଉଥିବା ଗୁଜବକୁ ନେଇ ବୋର୍ଡ କହିଲା ଏଭଳି କଥା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସୋସିଆଲ ମିଡିଆରେ ଭୁଲ ଖବର ଏବଂ ନକଲି ସର୍କୁଲାର ସେୟାର କରୁଥିବା ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । CBSE ସଚିବ ଅନୁରାଗ ତ୍ରିପାଠୀଙ୍କ କହିବା ଅନୁଯାୟୀ କିଛି ଲୋକ CBSE ବୋର୍ଡ ପରୀକ୍ଷା, ମୂଲ୍ୟାଙ୍କନ ଆଦି ସମ୍ବନ୍ଧୀୟ ନକଲି ସର୍କୁଲାର ବନାଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭୁଲ ତଥ୍ଯ ସେୟାର କରୁଛନ୍ତି ଯାହାର ପ୍ରଭାବ ସିଧାସଳଖ ଭାବେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଉପରେ ପଡୁଛି ।

ତେବେ ନିକଟରେ ବୋର୍ଡ ନିଜର ସର୍କୁଲାର ଦ୍ଵାରା ଏହିଭଳି ଭୁଲ ତଥ୍ଯ ପରିବେଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି । IT ଆକ୍ଟ ଅନୁଯାୟୀ ଉକ୍ତ ଖବରର ଲିଙ୍କ୍ ମାଧ୍ୟମରେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁଯାୟୀ ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବୋର୍ଡ଼ ପରୀକ୍ଷାକୁ ନେଇ ଏକ ଗୁଜବ ପ୍ରଚାରିତ ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ବୋର୍ଡ ପରୀକ୍ଷା ଏପ୍ରିଲ ୨୨ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହାପରେ ବୋର୍ଡ ଏହାକୁ ଭୁଲ ତଥ୍ଯ ବୋଲି କହିବା ସହ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇନାହିଁ ବୋଲି କହିଥିଲା । ସୁଚନା ଅନୁଯାୟୀ ବୋର୍ଡ ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛି ଯେ ରଦ୍ଦ ହୋଇଥିବା ସମସ୍ତ ପରୀକ୍ଷା ବର୍ତ୍ତମାନ୍ ପୁଣିଥରେ କରାଯିବ ନାହିଁ । କେବଳ ଅତି ଜରୁରୀ ପରୀକ୍ଷା ଗୁଡିକ ପୁଣିଥରେ ଆୟୋଜିତ କରାଯିବ କିନ୍ତୁ ସେନେଇ ଏବେ ପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇନାହିଁ । ଏହା ବ୍ୟତୀତ ପରୀକ୍ଷାର ତାରିଖ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଆଶାୟୀ ପ୍ରାର୍ଥୀମାନେ ବୋର୍ଡର ଅଫିସିଆଲ ୱେବସାଇଟରେ ଦିଆଯାଉଥିବା ତଥ୍ଯ ଉପରେ ଭରଷା କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.