ଏକଦମ୍ ମଟନ୍ କସା ପରି ସ୍ୱାଦ, ଆଜି ହିଁ ଘରେ ବନାନ୍ତୁ ପଣସ ତରକାରୀ

ଆବଶ୍ୟକୀୟ ସମାଗ୍ରୀ

  • ପଣସ ୨୦୦ ଗ୍ରାମ
  • ଆଳୁ ୨ ଟି
  • ଅଦା ରସୁଣ ପେଷ୍ଟ ୨ ଚାମଚ
  • ଟମାଟୋ ୧ ଟି
  • ପିଆଜ ୧ ଟି
  • ଅଳେଇଚ, ଗୁଜୁରାତି, ତେଜପତ୍ର, ଡାଲଚିନି, ଗୋଲମରିଚ
  • ଜୀରା ଗୁଣ୍ଡ
  • ଧନିଆ ଗୁଣ୍ଡ
  • ଗୋଲମରିଚ ଗୁଣ୍ଡ
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଗରମ୍ ମସଲା
  • ମିଟ୍ ମସଲା
  • ଧନିଆପତ୍ର
  • ତେଲ
  • ଲୁଣ ସ୍ଵାଦ ଅନୁସାରେ

Kathal curry (jackfruit curry)/Jackfruit curry/Tasty Homemade ...

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପଣସକୁ ଅଧିକ ଟିକେ ପାଣି ଦେଇ ଲୁଣ ହଳଦୀ ଦେଇ ସିଝାଇ ଦିଅନ୍ତୁ, ଏହା ସିଝିଗଲା ପରେ ପାଣିରୁ ବାହାର୍ କରି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ୍ କରି ପଣସକୁ ଭଲ ଭାବେ ଭାଜି ଦିଅନ୍ତୁ । ଭାଜି ହୋଇଗଲା ପରେ ଏହାକୁ କାଢି ସେହି ପ୍ୟାନରେ ଆଳୁକୁ ପକାଇ ଭାଜି ଦିଅନ୍ତୁ । ବର୍ତ୍ତମାନ୍ ସେହି ପ୍ୟାନରେ ପୁଣିଥରେ ତେଲ ଗରମ୍ କରି ସେଥିରେ ଅଳେଇଚ, ଗୁଜୁରାତି, ତେଜପତ୍ର, ଡାଲଚିନି, ଗୋଲମରିଚ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ତାପରେ ସେଥିରେ ପିଆଜ ଓ ଅଦା ରସୁଣ ପେଷ୍ଟ ପକାଇ ଦିଅନ୍ତୁ । କିଛି ସମୟ ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ଜିରାଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ଭଲ ଭାବରେ କସନ୍ତୁ । କଷି ହୋଇଗଲା ପରେ ଏଥିରେ ଟମାଟୋ ପକାଇ ଏହାକୁ ସିଝିବା ପାଇଁ ଘୋଡାଇ ଦିଅନ୍ତୁ । ମସଲା ସହିତ ଟମାଟୋକୁ ମଧ୍ଯ ଭଲ ଭାବରେ କଷି ଦିଅନ୍ତୁ । ବର୍ତ୍ତମାନ୍ ଏଥିରେ ଫ୍ରାଏ କରି ରଖିଥିବା ଆଳୁ ଓ ପଣସକୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ସେଥିରେ କିଛି ମିଟ୍ ମସଲା ପକାଇ ଭାଜନ୍ତୁ । ତାପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଭଲଭାବରେ ହୋଇଗଲା ପରେ ସେଥିରେ ଅଳ୍ପ ଗରମ୍ ମସଲା ଓ ଧନିଆପତ୍ରକୁ କାଟି ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ପଣସ ତରକାରୀ । ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.