Below header

ହାଇକୋର୍ଟ ବାର ଆସୋସିଏସନରରୁ ତିନି ଜଣଙ୍କୁ ବହିଷ୍କାର

କଟକ : ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ। ସେହିଦିନ ବାର ଆସୋସିଏସନ ବୈଠକରେ ପରବର୍ତ୍ତି ନିଷ୍ପତ୍ତି ହେବ। ଆଜି ବୈଠକରେ ଏହି ନିଷ୍ପତ୍ତି ସହ ୩ ଜଣ ସଦସ୍ୟଙ୍କୁ ହାଇକୋର୍ଟ ବାର ଆସୋସିଏସନରୁ ବହିଷ୍କାର କରାଯାଇଛି। ସଂଘ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ବିଜେଡି ଲିଗାଲ ଫ୍ରଣ୍ଟର ଉପଦେଷ୍ଟା ଅସୀମ ଅମିତଭା ଦାସ, ମିଲନ କାନୁନ୍‌ଗୋ ଓ ବଂଶୀଧର ଶତପଥୀଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି।

ସେପଟେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ୪୮ ଘଣ୍ଟିଆ ଅଲଟିମେଟମ୍‌ ଦେଲା ଓଡ଼ିଶା ପୋଲିସ ହାବିଲଦାର କନେଷ୍ଟବଳ ସିପାରୀ ମହାସଂଘ। ଗତ ୨୯ ତାରିଖରେ ହାଇକୋର୍ଟ ପରିସରରେ କନେଷ୍ଟରବଳ ସତ୍ୟନାରାୟଣ ଛୁଆଳସିଂହଙ୍କୁ ଆଇନଜୀବୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେହି ଆଇନଜୀବୀଙ୍କୁ ଗିରଫ ଦାବି କରାଯାଇଛି। ସିସିଟିଭି ଫୁଟେଜରୁ ଜଣା ପଡୁଛି, କିଛି ଆଇନଜୀବୀ ସତ୍ୟନାରାୟଣକୁ ଟାଣିଟାଣି ନେଉଛନ୍ତି। ସେହିପରି ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ତିନି ପୋଲିସ କର୍ମଚାରୀଙ୍କ ବିରୋଧରେ ଥିବା ନିଲମ୍ବନ ଆଦେଶ ହଟାଇବାକୁ ଦାବି କରାଯାଇଛି।

ନଅ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ ଆନ୍ଦୋଳନ। ସେହି ଦିନ ହିଁ ଓକିଲଙ୍କୁ ମାଡ଼ ମରା ଘଟଣାରେ ଶୁଣାଣି ରହିଛି। ତା ପୂର୍ବରୁ ଏ ମାମଲାରେ ତଦନ୍ତ ସାରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ହାଇକୋର୍ଟ.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.