Below header

ମୋହନା ନାରାୟଣ ନଗରରେ ଅଘଟଣ: ଏକ ଚାଉମିନ୍ ଫ୍ଯାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଯୁବକ ମୃତ

ମୋହନା(କେନ୍ୟୁଜ୍): ଶ୍ୱାସରୁଦ୍ଧ ହୋଇ ୩ ମୃତ । ଚାଓମିନ୍‌ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜମଙ୍କର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାର ନାରାୟଣ ନଗରରେ । ମୃତକମାନେ ହେଲେ ବ୍ରହ୍ମପୁରର ଅରୁଣ ସାହୁ, କାମ୍ପଗୁଡ଼ାର ପ୍ରଭାକର ଦଳେଇ ଓ ସୁନୀଲ ଦଳେଇ ।

ଗତକାଲି ରାତିରେ ଚାଓମିନ୍‌ ଶୁଖାଇବା ପାଇଁ ହିଟ୍‌ ଗ୍ୟାସ୍‌ ମେସିନ୍‌ ଚାଲୁ କରି ସମସ୍ତେ ଶୋଇ ପଡ଼ିଥିଲେ । ଏହାପରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଆଜି ସକାଳେ ୩ ଜଣଙ୍କୁ ଉଦ୍ଧାର କରି ମୋହନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ଖୋଳତାଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.