Below header

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ବାଘ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ

ବାଲିଗୁଡ଼ା (କେ ନ୍ୟୁଜ୍‌) : ପ୍ରଥମେ ଚରିବାକୁ ଯାଇଥିବା ଗାଈର ସନ୍ଧାନ ମିଳିଲାନି । ବହୁ ଖୋଜାଖୋଜି ପରେ ଯାହା ମିଳିଲା ସେଥିରେ ଲୋକେ ଆତଙ୍କିତ । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଏବେ ବାଘକୁ ନେଇ ଆତଙ୍କରେ ଲୋକେ l

ବାଲିଗୁଡା ବନଖଣ୍ଡ କୋଟଗଡ ବନାଞ୍ଚଳର ସାର୍ତ୍ତୁଲ ଗାଁରେ ଗତ କିଛି ଦିନ ହେବ ବାଘ ଉତ୍ପାତ କରୁଥିବା ଗାଁ ଲୋକେ କହିଛନ୍ତି । ଗାଁ ନିକଟ ଘଞ୍ଚ ଜଙ୍ଗଲରେ ଗାଈ ଗୋରୁ ଚରିବାକୁ ଯାଇଥିବା ବେଳେ ସରୋଜ ସାନସେଟଙ୍କ ଗାଈର ସନ୍ଧାନ ମିଳି ନଥିଲା l ପରେ ଜଙ୍ଗଲକୁ ଯାଇ ସରୋଜ ଓ ତାଙ୍କ ପରିବାର ଲୋକେ ଖୋଜିବା ବେଳେ ଗାଈର କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ l ମୃତ ଗାଈ ପାଖରେ ବାଘର ପାଦ ଚି଼ହ୍ନ ମଧ୍ୟ ଦେଖିବାକୁ ମିଳିଥିଲା ।

BAGHA-4

ବାଘର ପାଦ ଚି଼ହ୍ନ ଦେଖିବା ପରେ ଭୟଭୀତ ହୋଇ କୋଟଗଡ଼ ବନାଞ୍ଚଳ କାର୍ଯ୍ୟାଳୟରେ ସରୋଜ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳି ଯାଇଛି l ଏ ନେଇ ବନ ବିଭାଗ ରେଞ୍ଜର ଦାୟିତ୍ୱରେ ଥିବା ପ୍ରସନ୍ନ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ସାର୍ତ୍ତୁଲ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ପ୍ରାଥମିକ ତଦନ୍ତରୁ ଏହା ଚିତା ବାଘର ପାଦ ଚି଼ହ୍ନ ବୋଲି ସୂଚନା ମିଳିଛି । ଏହି ଜଙ୍ଗଲରେ ବନ ବିଭାଗ ପକ୍ଷରୁ ତିନିଟି ଟ୍ରାପିଙ୍ଗ କ୍ୟାମେରା ଲଗା ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସରୋଜଙ୍କ ପରିବାରକୁ ମୃତ ଗାଈର କ୍ଷତି ପୂରଣ ଦିଆଯିବା ସହ ନିୟମିତ ଭାବେ ବନ ବିଭାଗ ଟିମ୍‌ ଟ୍ରାପିଙ୍ଗ କ୍ୟାମେରା ଉପରେ ନଜର ରଖିଥିବା ଭାରପ୍ରାପ୍ତ ରେଞ୍ଜର ପ୍ରସନ୍ନ ପାତ୍ର କହିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.