ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ନାବାଳିକା ଗର୍ଭବତୀ ହେବାପରେ ପ୍ରେମିକ ଫେରାର

କେନ୍ୟୁଜ ବ୍ୟୁରୋ : ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ପ୍ରେମ ଓ ପରେ ପ୍ରତାରଣା । ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଛନ୍ତି ଆଦିବାସୀ ନାବାଳିକା । ଏକଥା ଜଣାପଡିବା ପରେ ପ୍ରେମିକ ଫେରାର । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରୁ । ଗତ ଅକ୍ଟୋବର ମାସରେ ଏନେଇ ରାସୋଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକ । ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଏସଡିପିଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.