Below header

ଆତ୍ମହତ୍ୟା ପାଇଁ ନଦୀକୁ ଡେଉଁ ଡେଉଁ ମହିଳାଙ୍କୁ ବଞ୍ଚାଇ ଦେଲେ ସ୍ଥାନୀୟ ଲୋକେ

ଯାଜପୁର ରୋଡ (କେ ନ୍ୟୁଜ୍‌) : ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟର। ବୈତରଣୀ ନଦୀ ବ୍ରିଜ ଉପରେ ଚଢ଼ି ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ମହିଳାଙ୍କୁ ବୁଝାସୁଝା କରି ନିକଟସ୍ଥ ପାଣିକୋଇଲି ଥାନାରେ ପହଞ୍ଚାଇଛନ୍ତି।

ଲୋକଙ୍କ ନଜର ପଡ଼ିଲା ବେଳକୁ ମାସ୍କ ପିନ୍ଧା ଯୁବତୀ ଜଣକ ନଦୀ ବ୍ରିଜର ବାଡ଼ା ଉପରେ ଠିଆ ହୋଇଥିଲେ । ଲୋକେ ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇ ଆଣିଥିଲେ । ପରେ ତାଙ୍କୁ ପୋଲିସ ଜିମା ଦେଲେ। ମହିଳା ଜଣକ ବାଲେଶ୍ଵର ଜିଲ୍ଲା କନ୍ତପଡା ଅଞ୍ଚଳର ଦୟାନିଧି ମଲିକଙ୍କ ଝିଅ ରାଜଶ୍ମିତା ମଲିକ ବୋଲି ଜଣାପଡ଼ିଛି । ସେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ସଢଙ୍ଗ ଅଞ୍ଚଳର ସନ୍ଦିପ ପଢ଼ିହାରୀଙ୍କୁ ବର୍ଷକ ତଳେ ବିବାହ କରିଥିଲେ । ତେବେ ପାରିବାରିକ କଳହକୁ ନେଇ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି। ମହିଳାଙ୍କୁ ଅଟକ ରଖି ପାଣିକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି। ପାଣିକୋଇଲି ଥାନା ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

ଯାହା ସୂଚନା ମିଳିଛି, ପୂର୍ବରୁ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ମହିଳା ଜଣକ ନନ୍ଦୀପଦା ଥାନାରେ ଏଫ୍‌ଆଇଆର ଦେଇଥିଲେ । ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.