Below header

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା, ବିଧାନ ସଭାରେ ପ୍ରସଙ୍ଗ ଉଠାଇବାକୁ କଲେ ଅନୁରୋଧ

ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିଛନ୍ତି ସୋମାଲିକା । କହିଛନ୍ତି, ମୁଁ କେବଳ ପୋଲିସ ଆଉ କୋର୍ଟ ଚକ୍କର କାଟୁଛି।

କେନ୍ୟୁଜ୍(ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ବାନ୍ଧବୀ ସୋମାଲିକାଙ୍କ ବିିବାଦ ଘଟଣାରେ ଟ୍ଵିଷ୍ଟ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା । ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିଛନ୍ତି ସୋମାଲିକା । କହିଛନ୍ତି, ମୁଁ କେବଳ ପୋଲିସ ଆଉ କୋର୍ଟ ଚକ୍କର କାଟୁଛି।

ଏତଲା ରେଜିଷ୍ଟର ହେବାକୁ ୯ମାସ ଲାଗିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେସ୍‌ ରୁଜୁ ହେବାର ୨୧ଦିନ ପରେ ବି ଥାନା ଓ କୋର୍ଟ ଚକ୍କର କାଟୁଛି। ତେଣୁ ବିରୋଧୀ ଦଳ ନେତାଙ୍କୁ ଭେଟି ଦୁଃଖ ଜଣାଇଥିବା କହିଛନ୍ତି ସୋମାଲିକା। ତାଙ୍କ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ଅନୁରୋଧ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ବିଜୟ ଶଙ୍କର ଶାରୀରିକ ସମ୍ପର୍କ ରଖି ପ୍ରତାରଣା ଦେଇଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା। ଏମିତିକି ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ସେ ଅଭିଯୋଗ ଆଣିଛନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.