ଓଡିଶାରେ ଆଉ ୫ଟି ନୂଆ ସହରରେ 5G ସେବା ଆରମ୍ଭ କଲା ଏୟାରଟେଲ, ଆପଣଙ୍କ ସହର ଅଛି କି ସାମିଲ

ଭାରତୀ ଏୟାରଟେଲ ବର୍ତ୍ତମାନ ଓଡିଶାର ପାଞ୍ଚଟି ସହରରେ ନିଜର 5G ପ୍ଲସ୍ ସେବାଗୁଡିକୁ ଆରମ୍ଭ କରିବାକୁ ଘୋଷଣା କରିଛି।

ଭାରତର ଅଗ୍ରଣୀ ଟେଲି ଯୋଗାଯୋଗ ପ୍ରଦାନକାରୀ ଭାରତୀ ଏୟାରଟେଲ ବର୍ତ୍ତମାନ ଓଡିଶାର ପାଞ୍ଚଟି ସହରରେ ନିଜର 5G ପ୍ଲସ୍ ସେବାଗୁଡିକୁ ଆରମ୍ଭ କରିବାକୁ ଘୋଷଣା କରିଛି। ବର୍ତ୍ତମାନ ଭବାନୀପାଟଣା, ଢ଼େଙ୍କାନାଳ, ଝାରସୁଗୁଡା, ପାରାଦୀପ ଏବଂ ବରଗଡର ଭାରତ ଏୟାରଟେଲ ଗ୍ରାହକମାନେ ଏୟାରଟେଲ ୫ଜି ପ୍ଲସ ସେବାର ଭରପୂର ମଜା ନେଇପାରିବେ । କମ୍ପାନୀର 5G ପ୍ଲସ୍ ସେବା ପୂର୍ବରୁ ହିଁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବରହମପୁର ଏବଂ ବାଲେସୋରରେ ଲାଇଭ୍ ହୋଇସାରିଛି। ଆଉ ବର୍ତ୍ତମାନ ପାଞ୍ଚଟି ନୂଆ ସହରରେ 5G ସେବା ଆରମ୍ଭ ହେବା ସହିତ ଏୟାରଟେଲ 5ଜି ପ୍ଲସ୍ ଓଡିଶାର 13 ଟି ସହରରେ ଲାଇଭ୍ ଅଛି । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ନୂଆ କରି ୫ଜି ସେବା ଆରମ୍ଭ ହୋଇଥିବା ଏହି ୫ଟି ସହର ବିଷୟରେ ।

ଓଡିଶାରେ ଏୟାରଟେଲ ୫ଜି ପ୍ଲସ ଆରମ୍ଭ ହୋଇଥିବା ସହର

ଭବାନୀପାଟଣାରେ ଏୟାରଟେଲ 5G ପ୍ଲସ୍

ଏୟାରଟେଲ 5G ପ୍ଲସ୍ ବର୍ତ୍ତମାନ ଭବାନୀପାଟଣାର ନିମ୍ନଲିଖିତ ଅଞ୍ଚଳରେ ଚାଲୁ ରହିଛି । ବଜାରପଡା, ପରଦେଶିପଡା ଏବଂ ମେଦିନୀପୁରା/କୁସୁମିସିଲାରେ ଏହା କାର୍ଯ୍ୟକ୍ଷମ ରହିଛି ।

ଢ଼େଙ୍କାନାଳରେ ଏୟାରଟେଲ 5G ପ୍ଲସ୍

ଏୟାରଟେଲ ୫ଜି ପ୍ଲସ୍ ବର୍ତ୍ତମାନ ଢ଼େଙ୍କାନାଳର ବିଭିନ୍ନ ଅଞ୍ଚଳରେ ଚାଲୁ ରହିଛି । ଗୁଡିଆନାଳୀ, ଷ୍ଟେସନ ବଜାର, ଦକ୍ଷିଣକାଳି ରୋଡ ଏବଂ କାଞ୍ଚନ ବଜାର ।

ଝାରସୁଗୁଡାରେ ଏୟାରଟେଲ 5G ପ୍ଲସ୍

ଏୟାରଟେଲ ୫ଜି ପ୍ଲସ୍ ବର୍ତ୍ତମାନ ଝାରସୁଗୁଡାର ବିଭିନ୍ନ ଅଞ୍ଚଳରେ ଚାଲୁ ରହିଛି । ଯେପରିକ ସରବାହାଲ, ବଡମଲ, ପୂର୍ଣ୍ଣା, କିସାନ ଛକ, ବିଜୁ ନଗର, ବୁଦ୍ଧପଡା ଏବଂ ଗୌରପଡା ରୋଡ ସାମିଲ ରହିଛି ।

ପାରାଦୀପରେ ଏୟାରଟେଲ 5G ପ୍ଲସ୍

ଏୟାରଟେଲ ୫ଜି ପ୍ଲସ୍ ବର୍ତ୍ତମାନ ପାରାଦୀପର ଅନେକ କ୍ଷେତ୍ରରେ କାର୍ଯ୍ୟକ୍ଷମ ରହିଛି । IFFCO ଛକ, ପିପିଏଲ୍ ଟାଉନସିପ୍, ବିଜୟ ଚନ୍ଦ୍ରପୁର, ପିପିଏଲ୍ ସ୍କୋୟାର, ଚୁନାବେଲେରୀ ।

ବରଗଡରେ ଏୟାରଟେଲ 5G ପ୍ଲସ୍

ବରଗଡର ବିଭିନ୍ନ ଅଞ୍ଚଳରେ ୫ଜି ସେବା ଆରମ୍ଭ ହୋଇଛି । ଏହି ସବୁ ଅଞ୍ଚଳ ମଧ୍ୟରେ ରହିଛି ଭଟଲି ରୋଡ୍, ବାନ୍ଦୁଟିକିରା, ପୋଲିସ୍ ଷ୍ଟେସନ୍ ଏରିଆ ଏବଂ ଅମ୍ବାପାଲ୍ଲୀ ।

ଭାରତ ଏୟାରଟେଲ ଆଗାମୀ ଦିନରେ ନିଜର ନେଟଓ୍ଵାର୍କର ବିସ୍ତାର କରିବାକୁ ଯୋଜନା କରୁଛି । ଯାହାଦ୍ୱାରା ଏହି ସହରର ଅନେକ ସ୍ଥାନରେ ନିଜ ୫ଜି ପ୍ଲସ ସେବାକୁ ଆକ୍ସେସ କରିପାରିବ ଏୟାରଟେଲ ।

ଏୟାରଟେଲ୍ ସୁବିଧା ବିଷୟରେ ଆସନ୍ତୁ ଜାଣିନେବା

ଓଡିଶାର ପାଞ୍ଚଟି ନୂତନ ସହରରେ ଏହି ଲଞ୍ଚ ସହିତ ଏୟାରଟେଲ 5 ଜି ପ୍ଲସ ସହରଗୁଡିକର ଗଣନା 103 କୁ ହୋଇଛି । ଏୟାରଟେଲ 5 ଜି ପ୍ଲସ ସମସ୍ତ 5G ସ୍ମାର୍ଟଫୋନରେ କାମ କରେ ଏବଂ ବର୍ତ୍ତମାନର 4G ସ୍ପିଡରୁ ୨୦-୩୦ ଗୁଣା ଅଧିକ ଦୃତ ଗତିରେ ପହଁଚାଇବ ବୋଲି ଦାବି କରିଛି । ଏକ୍ସପେରିୟନ୍ସ ରୋଲ ଆଉଟ ପୂରା ହେବା ପର୍ଯ୍ୟନ୍ତ ଡାଟା ପ୍ଲାନ ୫ଜିରେ କାମ କରିବ । ଏଥିପାଇଁ କୌଣସି ସିମ୍‌ ବି ବଦଳାଇବାକୁ ପଡିବନି । କାହିଁକିନା ବର୍ତ୍ତମାନ ଆପଣ ୟୁଜ୍‌ କରୁଥିବା ୪ଜି ସିମରେ ହିଁ ୫ଜି ଚାଲିବ ।

ନିକଟରେ ଏୟାରଟେଲ ସମଗ୍ର ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଏୟାରଟେଲ 5 ଜି ପ୍ଲସ୍ ସେବା ଆରମ୍ଭ କରିଛି। ମାର୍ଚ୍ଚ 2023 ସୁଦ୍ଧା ଏୟାରଟେଲ 5G ପ୍ଲସ୍ ସେବାକୁ 300 ସହରରେ ବିସ୍ତାର କରିବାକୁ ଏବଂ ମାର୍ଚ୍ଚ 2024 ସୁଦ୍ଧା ସମସ୍ତ ସହରାଞ୍ଚଳରେ କାର୍ଯ୍ୟକାରୀ କରିବ ବୋଲି ଯୋଜନା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.