ପୂର୍ବତନ ସରପଞ୍ଚଙ୍କ ପୁତୁରା ବାହାଘରରେ ଉଡ଼ିଲା ୧୦୦ ଓ ୫୦୦ ଟଙ୍କିଆ ନୋଟ୍ ; ଲୁଟିବା ପାଇଁ ଲୋକଙ୍କ ମଧ୍ୟରେ ହାତାହାତି…ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଏକ ବିବାହ ଉତ୍ସବରେ ଲୋକଙ୍କ ଉପରେ ନୋଟ୍ ଉଡ଼ାଯାଉଛି। ଲୋକମାନେ ମଧ୍ୟ ଏହାକୁ ଲୁଟିବାରେ ଲାଗି ପଡ଼ିଛନ୍ତି। ପବନରେ ଉଡ଼ାଯାଉଥିବା ନୋଟ୍ ୧୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ରହିଛି।
ଗୁଜରାଟର ମେହସାଣାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ବିବାହ ଉତ୍ସବରେ ଖୁବ୍ ନୋଟ୍ ଉଡ଼ାଯାଉଥିବା ଦେଖିବାକୁ ମିଳୁଛି। ବିବାହ ରୀତିନୀତି ସମୟରେ ବରଯାତ୍ରୀ ଏବଂ ବରର ସମ୍ପର୍କୀୟମାନଙ୍କ ତରଫରୁ ନୋଟ୍ ବର୍ଷା କରାଯାଉଛି, ଯାହାକୁ ନେବା ପାଇଁ ଲୋକେ ବିକଳ ହେଉଛନ୍ତି। ରାସ୍ତାରୁ ନୋଟ୍ ଗୋଟାଇବା ପାଇଁ ଲୋକମାନେ ପରସ୍ପର ଭିତରେ ଏକ ପ୍ରକାର ପ୍ରତିଯୋଗିତା ବି ଆରମ୍ଭ କରି ଦେଇଛନ୍ତି। ପବନରେ ଉଡ଼ୁଥିବା ନୋଟ୍ ୧୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ରହିଛି।
ଭାଇରାଲ ଭିଡିଓରେ ଦେଖାଯାଉଛି କି, ଘରର ଛାତ ଉପରେ ଛିଡ଼ା ହୋଇ ଲୋକେ ନୋଟ୍ ଉଡ଼ାଉଛନ୍ତି। କୁହାଯାଉଛି ଯେ ଲକ୍ଷ ଲକ୍ଷ ଟଙ୍କା ଏମିତି ହିଁ ଉଡ଼ାଇ ଦିଆଯାଇଛି। ଭିଡିଓ ମେହସାଣା ଜିଲ୍ଲାର ଅଗୋଲ ଗାଁର ବୋଲି ଜଣାପଡ଼ିଛି। ଏଠାରେ ପୂର୍ବତନ ସରପଞ୍ଚଙ୍କ ପୁତୁରା ବାହାଘର ଥିଲା। ବିବାହ ଖୁସି ଏତେ ଥିଲା ଯେ ସମ୍ପର୍କୀୟମାନେ ଛାତ ଉପରେ ଛିଡ଼ା ହୋଇ ଏହି ନୋଟ୍ ବର୍ଷା କରିଥିଲେ।
@RavindraBishtUk ନାମକ ୟୁଜର କହିଛନ୍ତି, ‘କିଛି ଦିନ ପୂର୍ବେ କେହି ଜଣେ ଫ୍ଲାଏଓଭରରୁ ଟଙ୍କା ଉଡ଼ାଇଥିଲେ। ତାଙ୍କୁ ପରେ ଗିରଫ କରାଯାଇଥିଲା। କ’ଣ ଗୁଜରାଟରେ ଏମିତି ନୋଟ୍ ଉଡ଼ାଇବା ସାଧାରଣ କଥା’? @Hits136 ୟୁଜର ଲେଖିଛନ୍ତି, ‘ଗୁଜରାଟରେ ଗୋଟିଏ ରାତିରେ କଳାକାରମାନଙ୍କ ଉପରେ କୋଟି କୋଟି ଟଙ୍କା ଉଡ଼ାଯାଇଥାଏ’।
@shabbir19823311 ନାମକ ୟୁଜର ଲେଖିଛନ୍ତି, ‘ଏହା ଭାରତୀୟ ମୁଦ୍ରାର ଅପମାନ। ଏଥିରେ ସମ୍ବନ୍ଧିତ ଧାରା ଲଗାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍’। ଏହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଯେ ‘ଏତେ ଯଦି ଟଙ୍କା ଲୁଟିବାର ସଉକ ଥିଲା, ତା’ ହେଲେ ଗରିବଙ୍କୁ ଡାକି ଦେଇଥାଆନ୍ତେ, ୧ ଲକ୍ଷ ଟଙ୍କା ପୂରା ସମ୍ମାନର ସହିତ’।
କହି ରଖୁଛୁ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ଲୋକ ମୁଦ୍ରାର ଅପମାନ ବୋଲି କହିଛନ୍ତି। ଟଙ୍କା ନେବା ପାଇଁ ଲୋକେ ଏତେ ବିକଳ ଥିଲେ ଯେ ପରସ୍ପର ଭିତରେ ହାତାହାତି ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହି ବିବାହ ୧୬ ଫେବୃୟାରୀରେ ଥିଲା।
Gujarat के मेहसाणा जिले में पूर्व सरपंच के भतीजे की शादी में लाखों रुपए हवा में उड़ा दिए गए. इस मामले का वीडियो सोशल मीडिया पर तेजी से Viral हो रहा है !! pic.twitter.com/zn87y8lWdf
— Satyajeet Panwar (@Satyajeet_IN) February 18, 2023