Below header

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା, ପଥରରେ ଛେଚି ମାରିଲା ପରେ ଗଛରେ ଟାଙ୍ଗିଦେଲା ଅଭିଯୁକ୍ତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ପଥରରେ ଛେଚି ହତ୍ୟା ପରେ ଜଙ୍ଗଲରେ ଗଛରେ ନେଇ ଟାଙ୍ଗିଦେଲା ଅଭିଯୁକ୍ତ ।

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ବଣାଇର ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ପଥରରେ ଛେଚି ହତ୍ୟା ପରେ ଜଙ୍ଗଲରେ ଗଛରେ ନେଇ ଟାଙ୍ଗିଦେଲା ଅଭିଯୁକ୍ତ ।

ସୂଚନା ଅନୁଯାୟୀ ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ତୋଳା ନାଏକ ନାମକ ଜଣେ ବ୍ୟକ୍ତିକୁ ପ୍ରଥମେ ପଥରରେ ଛେଚି ପ୍ରାୟ ଏକ କିଲୋମିଟର ଦୂରରେ ନିକଟସ୍ଥ ଜଙ୍ଗଲରେ ଟାଙ୍ଗି ଦେଲା ବାବୁଲୁ ଗିରି ।ଗତକାଲି ଦୁଇ ଜଣ ତୋଳା ନାଏକ ଓ ବାବୁଲୁ ଗିରି ମିଶିକି ଜଙ୍ଗଲ ଆଡ଼କୁ ଯାଇଥିଲେ ସନ୍ଧ୍ୟାରେ ଅଭିଯୁକ୍ତ ବାବୁଲୁ ଗିରି ଗ୍ରାମରେ ଆସିକି କହିଲା ମୁଁ ବୁଲିବାକୁ ଯାଇଥିବା ବେଳେ ଦେଖିଲି ତୋଳା ଜଙ୍ଗଲରେ ଏକ ଗଛରେ ଝୁଲୁଛି । ଏପରି କହି ସେ ଅଭିନୟ କରିଥିଲା କିନ୍ତୁ ଗ୍ରାମବାସୀ ସନ୍ଦେହ କରିଥିଲେ ସାଙ୍ଗରେ ଯାଇଥିଲେ କେମିତି ଘଟିଲା ଏପରି ଘଟଣା । ଏନେଇ ପୋଲିସକୁ ଜଣାଇଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଜାଣିପାରିଲା ବାବୁଲୁ ଗିରି ନିଜେ ହତ୍ୟା କରି ଟାଙ୍ଗି ଦେଇଛି । ଏନେଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଶବକୁ ଉଦ୍ଧାର କରିବାକୁ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.