ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ପୁଣି ଅଢେଇ ଦିନରେ ଖେଳ ଶେଷ କଲା ଭାରତ, ୬ ଓ୍ଵିକେଟରେ ଜିତିଲା ମ୍ୟାଚ୍
ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩ ଦିନରେ ସାରିଲା ଭାରତ । ଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ୬ ଓ୍ଵିକେଟରେ ଜିତିନେଇଛି ଭାରତ । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ । ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନୀଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଲା ।
ବର୍ଡର ଗାଭାସ୍କର ସିରିଜରେ ପୁଣି କମାଲ କଲା ଭାରତ । ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩ ଦିନରେ ସାରିଲା ଭାରତ । ଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ୬ ଓ୍ଵିକେଟରେ ଜିତିନେଇଛି ଭାରତ । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍ କରି ଅଲଆଉଟ୍ ହୋଇଥିଲା। ଆଉ ଭାରତ ପ୍ରଥମ ଇନିଂସରେ ୨୬୨ ରନ୍ କରି ଅଲଆଉଟ ହୋଇଥିଲା। ୧ ରନରେ ପଛୁଆ ରହିଯାଇଥିଲା ଭାରତ । ପ୍ରଥମ ଇନିଂସରେ ନାଥନ ଲିଏନ ୫ଟି ଓ୍ଵିକେଟ ନେଇଥିଲେ ।
ତେବେ ଭାରତ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଜାଡେଜାଙ୍କ କମାଲ ବୋଲିଂରେ ଧରାଶାୟୀ ହୋଇଗଲା କଙ୍ଗାରୁ ଟିମ୍ । ୧୧୩ ରନ୍ କରି ଅଲଆଉଟ୍ ହୋଇଗଲା ଅଷ୍ଟ୍ରେଲିଆ। ଜାଡେଜା ୭ଟି ଓ୍ଵିକେଟ ଏବଂ ଅଶ୍ୱିନ ୩ଟି ଓ୍ଵିକେଟ ନେଇ କଙ୍ଗାରୁ ଟିମକୁ ୧୧୩ ରନରେ ସୀମିତ ରଖିଥିଲେ । ତେବେ ପ୍ରଥମ ଇନିଂସ ପଛୁଆ ୧ ରନ୍ ଏବଂ ଦ୍ୱିତୀୟ ଇନିଂସର ୧୧୩ ପରେ ଭାରତକୁ ୧୧୫ ରନର ଟାର୍ଗେଟ ମିଳିଥିଲା । ଆଉ ଭାରତ ମାତ୍ର ୪ ଓ୍ଵିକେଟ ହରାଇ ୩ ଦିନ ଲଞ୍ଚ ବ୍ରେକ ସୁଦ୍ଧା ଦ୍ୱିତୀୟ ଟେଷ୍ଟକୁ ଜିତିନେଇଛି ଭାରତ ।
ଅଧିନାୟକ ରୋହିତ ଶର୍ମା ୩୧ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ କେଏଲ ରାହୁଲ ୧ ରନ୍, ବିରାଟ କୋହଲି ୨୦ ରନ୍, ଶ୍ରେୟସ ଆୟର ୧୨ ରନ୍ କରି ଆଉଟ୍ ହୋଇଥିଲେ । ଚେତେଶ୍ୱର ପୂଜାରା ୨୭ ରନ କରି ଅପରାଜିତ ରହିଥିଲେ। ସେହିପରି ଶିଖର ଭରତ ମଧ୍ୟ ୨୩ ରନ୍ କରି ଅପରାଜିତ ରହିଛନ୍ତି ।
ଦ୍ୱିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହେଲା ଅଷ୍ଟ୍ରେଲିଆ । ରବୀନ୍ଦ୍ର ଜାଡେଜା ସର୍ବାଧିକ ୭ ଓ୍ଵିକେଟ ନେଇଥିବା ବେଳ ଅଶ୍ୱିନ ୩ଟି ଓ୍ଵିକେଟ ନେଇଥିଲେ । ଜାଡେଜା ୪୨ ରନରେ ୭ଟି ଓ୍ଵିକେଟ ନେଇଥିଲେ । ତୃତୀୟ ଦିନରେ ବି ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନୀଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଲା । ରବୀନ୍ଦ୍ର ଜାଡେଜା ୭ଟି ଓ୍ଵିକେଟ ନେଇଥିବା ବେଳେ ଆର ଅଶ୍ୱିନ ୩ଟି ଓ୍ଵିକେଟ ନେଇଥିଲେ । ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ । ମାତ୍ର ୨୮ ରନରେ ୭ଟି ଓ୍ଵିକେଟ ହରାଇଲା ଅଷ୍ଟ୍ରେଲିଆ ।