ପପୁ ପମ୍ ପମ୍ ଙ୍କୁ ପଥର ମାଡ଼ : ଡେରିରେ ପହଞ୍ଚିବାରୁ ତାତିଲେ ଦର୍ଶକ

ଓଲିଉଡ଼ ଷ୍ଟାର ପପୁ ପମ ପମଙ୍କୁ ପଥର ମାଡ଼। ଅଧାରୁ ଷ୍ଟେଜ୍ ଛାଡ଼ି ପଳାଇଥିଲେ ପପୁ ।

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୋରଳରେ ଓଲିଉଡ଼ ଷ୍ଟାର ପପୁ ପମ ପମ ହଟହଟା ହୋଇ ଶୋ ବନ୍ଦ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

ସୂଚନା ପ୍ରକାରେ ଶିବରାତ୍ରୀ ପୂର୍ବ ଦିନ ଅର୍ଥାତ ଶୁକ୍ରବାର ରାତିରେ ସୋରଳରେ ଜାଗର ଅନୁଷ୍ଠିତ ହୋଇଥାଏ।ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସନ୍ଧ୍ୟାରେ ପପୁ ପମ ପମ କାର୍ଯ୍ୟକ୍ରମ କରିବା ସମୟ ନିର୍ଘଣ୍ଟ ହୋଇଥିଲା । ତାଙ୍କର ଗ୍ରୁପ ମଧ୍ୟ ମେଲୋଡି ଆରମ୍ଭ କରିଦେଇଥିଲେ କିନ୍ତୁ ବହୁ ବିଳମ୍ବରେ ପହଞ୍ଚି ଥିଲେ ପପୁ । ଏହି ସମୟରେ ପପୁଙ୍କ ଉପରକୁ ପଥରମାଡ ହୋଇଥିଲା । ତେବେ ପଥର ଟି ସୌଭାଗ୍ୟବସତଃ ପପୁଙ୍କ ଦେହରେ ବାଜିନାହିଁ । ପଥରଟି ପପୁଙ୍କ କାନ୍ଧ ଠାରୁ କିଛି ଇଂଚ ଦୂରରେ ଯାଇ ଡିଜିଟାଲ ବୋର୍ଡରେ ବାଜିବାରୁ ତାହା ଭାଙ୍ଗି ଯାଇଥିଲା ।

ଏହାପରେ ପପୁ ଆସିବାରେ ବିଳମ୍ବ ହୋଇଥିବା କହି ଦୁଃଖ ପ୍ରକାଶ କଲେ ମଧ୍ୟ ଦର୍ଶକ ଶୁଣିନଥିଲେ । ତେଣୁ ବାଧ୍ୟ ହୋଇ ପପୁ ଆଉ ଶୋ କରି ନ ପାରି ଫେରିଯାଇଥିବା ଜଣାପଡିଛି । ସେହିପରି ସ୍ଥାନୀୟ ଥାନାରେ ମଧ୍ୟ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଜିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.