Below header

ପୁଣି ସିଝିଲା ପଶ୍ଚିମ ଓଡ଼ିଶା, ବର୍ତ୍ତମାନ ଟିଟିଲାଗଡ଼ରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା

ଟିଟିଲାଗଡ଼ରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ବର୍ତ୍ତମାନ ତାପମାତ୍ରା ୪୦.୫ ଡ଼ିଗ୍ରୀ ଥିବା ବେଳେ ଗୁଳୁଗୁଳି ଓ ଝାଂଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

ଟିଟିଲାଗଡ଼ (କେନ୍ୟୁଜ): ଟିଟିଲାଗଡ଼ରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ବର୍ତ୍ତମାନ ତାପମାତ୍ରା ୪୦.୫ ଡ଼ିଗ୍ରୀ ଥିବା ବେଳେ ଗୁଳୁଗୁଳି ଓ ଝାଂଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ତେବେ ଏହା ସେହି ୪୩ ଡିଗ୍ରୀ ପାଖାପାଖି ଅବା ତା’ଠାରୁ ଅଧିକ ରହିଥିବ ବୋଲି ଅନୁମାନ କରାଯାଉଛି। ଦିନ ୧୦ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ଦେଖାଯାଉଛି। ଦୋକାନ ବଜାର ବନ୍ଦ ହୋଇଯାଉଛି। ରାସ୍ତାରେ କାଁଭାଁ ଲୋକ ଯିବାଆସିବା କରୁଛନ୍ତି ।

ତେବେ ଗୋଟିଏ ପଟେ ଟିଟିଲାଗଡ଼ରେ ତାପମାତ୍ରା ବଢୁଥିବା ବେଳେ ଅନ୍ୟପଟରେ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ କଷ୍ଟକୁ ଦ୍ୱିଗୁଣିତ କରି ଦେଇଛି। ବିଜୁଳି କାଟ ଯୋଗୁଁ ବୃଦ୍ଧ, ଶିଶୁ ଓ ମହିଳା ମାନେ ବହୁ ଅସୁବିଧା ର ସମ୍ମୁଖୀନ ହଉଛନ୍ତି। ପୁଣି ଖରା ବଢ଼ିବା ସହିତ ପାନୀୟ ଜଳ ସଂକଟ ମଧ୍ୟ ଦେଖା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.