ଲଞ୍ଚହେଲା ମର୍ସିଡିଜ୍‌-ବେଞ୍ଜ AMG GT 63 S E Performance, ଏମଡି ସନ୍ତୋଷ ଆୟର କଲେ ଲଞ୍ଚ

ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆ AMG GT 63 S E Performance କାର ଲଞ୍ଚ କରିଛି । ଏ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା କାର ଭିତରେ ଏହାଏକ ପାଓ୍ଵାରଫୁଲ କାର । ଏହାଏକ 4 ଡୋର୍‌ କପୁଲ କାର । ଏହି କାରର ଏକ୍ସ ସୋରୁମ ମୂଲ୍ୟ ରହିଛି ୩.୩ କୋଟି । ଏହା ଇଭି ମୋଡରରେ ୧୨ କିଲୋମିଟର ପର୍ଯ୍ୟନ୍ତ ୧୩୦ କିଲୋମିଟର ଘଣ୍ଟାପ୍ରତି ବେଗରେ ଯାଇ ପାରିବ । ଏହାସହ ସର୍ବାଧିକ ଘଣ୍ଟାପ୍ରତି ୩୧୬ କିଲୋମିଟର ବେଗରେ ଏହି କାର ଦଉଡ଼ି ପାରିବ ।

କେନ୍ୟୁଜ୍‌(ବ୍ୟୁରୋ): ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆ ମଙ୍ଗଳବାର AMG GT 63 S E Performance କାର ଲଞ୍ଚ କରିଛି । ଏହା ମର୍ସିଡିଜ୍‌ ର ଏକ ପାଓ୍ଵାରଫୁଲ କାର । ଏ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା କାର ଭିତରେ ଏହାଏକ ପାଓ୍ଵାରଫୁଲ କାର । ମଙ୍ଗଳବାର ମର୍ସିଡିଜ୍‌-ବେଞ୍ଚ ଇଣ୍ଡିଆର ଏମଡି ସନ୍ତୋଷ ଆୟର ଓ ସେଲ୍ସ ଓ ମାର୍କେଟିଂର ଭିପି ଲାନ୍ସ ବେନେଟ୍ଟ ଏହାକୁ ଲଞ୍ଚ କରିଛନ୍ତି । ଏହାଏକ 4 ଡୋର୍‌ କପୁଲ କାର । ଏହି କାରର ଏକ୍ସ ସୋରୁମ ମୂଲ୍ୟ ରହିଛି ୩.୩ କୋଟି । ଏହା ଏକ ବଡ଼, ବ୍ରାଉନି 4 ଡୋର କାର । ଏହାସହ ଏଥିରେ ଏକ ଲମ୍ବା ବୋନେଟ ରହିଛି । ଯାହା କାରକୁ ଏକ ସୁନ୍ଦର ଲୁକ ପ୍ରଦାନ କରୁଛି ।

ଏହି କାରର ଆଗ୍ରେସିଭ ଏଏମଜି ଫେସ୍‌ ରହିଛି । ଏହାସହ ଏହାର ସ୍ଲିକ ରିଅର ଫାସିଆ ସହ ସ୍ଲିମ ଏଲଇଡି ହେଡଲାଇଟ ରହିଛି । ଏହାସହ ଫ୍ଲାରେଡ ହୁଇଲ ସହ ଡୁଆଲ ଟୋନ ଏଲଅ ହୁଇଲ ରହିଛି । ବ୍ରାଣ୍ଡ ଲୋଗୋ ସହ 3 ସ୍ପୋକ ଷ୍ଟିଅରିଂ ହୁଇଲ ରହିଛି । ଏହାସହ ଡୁଆଲ ସ୍କ୍ରିନ ସେଟଅପ ରହିଛି । ଯାହାର ଡିସପ୍ଲେ ରହିଛି 12.3 ଇଞ୍ଚ । ଏଥିରେ ସ୍ପୋର୍ଟ ସିଟ ସହ ସ୍ପୋର୍ଟିଅର ଇନଟେରିଅର ଟ୍ରିମ ରହିଛି । ଏଥିରେ 4.0 ଲିଟରର ଟୁଇନ ଟର୍ବୋ ଇଞ୍ଜିନ ଭି8 ଇଞ୍ଜିନ ରହିଛି । ଏହା 831 ବିଏଚପି ପାଓ୍ଵାର ଜେନେରେଟ କରିବ । ଏହା କାରରେ 6.1 କିଲୋଓ୍ଵାଟର ବ୍ୟାଟେରୀ ରହିଛି । ଏହା ଇଭି ମୋଡରରେ ୧୨ କିଲୋମିଟର ପର୍ଯ୍ୟନ୍ତ ୧୩୦ କିଲୋମିଟର ଘଣ୍ଟାପ୍ରତି ବେଗରେ ଯାଇ ପାରିବ । ଏହାସହ ଏହାର ରିଅର ଏକ୍ସେଲରେ ଏକ ଇଲେକ୍ଟ୍ରି ମୋଟର ଖଞ୍ଜା ଯାଇଛି । ମର୍ସିଡିଜ୍‌ ପକ୍ଷରୁ ଦାବି କରାଯାଇଛି ଏହି ନୂଆ ଏଏମଜି ୩ ସେକେଣ୍ଡ ଭିତରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗ ଧରିପାରିବ । ଏହାସହ ସର୍ବାଧିକ ଘଣ୍ଟାପ୍ରତି ୩୧୬ କିଲୋମିଟର ବେଗରେ ଏହି କାର ଦଉଡ଼ି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.