ରାସ୍ତାରେ ରଖିଲେ ପଥର, ଟ୍ରକ୍ ଅଟକାଇଲେ; ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ମାରଣାସ୍ତ୍ର ଦେଖାଇ ଟ୍ରକ୍‌ ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଟଙ୍କା ପଇସା ଓ ମୋବାଇଲା। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଛକରେ।

ବଲାଙ୍ଗିର (କେନ୍ୟୁଜ): ଅନ୍ଧାର ରାତିର ସୁଯୋଗ ନେଇ ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ। ବଲାଙ୍ଗିର ସିନ୍ଧେକେଲା ଥାନା ଶ୍ରୀରାମ ଛକ ଠାରେ ବିଳମ୍ବିତ ରାତିରେ ହୋଇଛି ଲୁଟ। ମାରାଣସ୍ତ୍ର ଦେଖାଇ ଟ୍ରକ୍‌ ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଟଙ୍କା ପଇସା ଓ ମୋବାଇଲା। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଛକରେ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୬ଜଣ ଡକାୟତ ରାସ୍ତା ଉପରେ ପଥର ରଖି ୪ଟି ଟ୍ରକକୁ ଅଟକାଇଥିଲେ। ଏହାପରେ ମାରଣାସ୍ତ୍ର ଦେଖାଇ ଡ୍ରାଇଭର ଓ ହେଲପରଙ୍କ ଠାରୁ ଲୁଟ୍‌ କରି ଚମ୍ପଟ ମାରିଥିଲେ। ଏହାସହ ଗାଡ଼ିର କାଚକୁ ମଧ୍ୟ ପଥରରେ ଭାଙ୍ଗି ଦେଇଥିଲେ। ପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଡ୍ରାଇଭରମାନେ ସିନ୍ଦେକେଲା ପୋଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

 

 

Leave A Reply

Your email address will not be published.