ଦେଶର ସବୁଠୁ ବୟସ୍କ ଶିଳ୍ପପତି କେଶବ ମହିନ୍ଦ୍ରାଙ୍କ ୯୯ ବର୍ଷରେ ପରଲୋକ, ନିକଟରେ ଅରବପତି ତାଲିକାରେ ହୋଇଥିଲେ ସାମିଲ

ଭାରତର ସବୁଠାରୁ ବୟସ୍କ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ କେଶବ ମହିନ୍ଦ୍ରାଙ୍କ ବୁଧବାର ଦେହାନ୍ତ ହୋଇଛି। ୯୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଭାରତର ସବୁଠାରୁ ବୟସ୍କ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ କେଶବ ମହିନ୍ଦ୍ରାଙ୍କ ବୁଧବାର ଦେହାନ୍ତ ହୋଇଛି। ୯୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ନିଧନରେ ପୂରା କର୍ପୋରେଟ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

ନିକଟରେ ଜାରି ଫୋର୍ବସ୍‌ର ୨୦୨୩ ଅରବପତି ତାଲିକାରେ ତାଙ୍କୁ ଭାରତର ୧୬ ନୂତନ ଅରବପତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେ ୧.୨ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ଛାଡ଼ିଯାଇଛନ୍ତି। ଦୀର୍ଘ ୪୮ ବର୍ଷ ଧରି ମହିନ୍ଦ୍ରା ଗ୍ରୁପ୍‌ର ନେତୃତ୍ୱ ନେବା ପରେ କେଶବ ମହିନ୍ଦ୍ରା ୨୦୧୨ରେ ଚେୟାରମ୍ୟାନ୍ ପଦ ଛାଡିଥିଲେ।

ସେ ୧୯୪୭ ମସିହାରେ ନିଜ ବାପାଙ୍କ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ। ଏହାପରେ ୧୯୬୩ରେ ତାଙ୍କୁ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ କରାଯାଇଥିଲା। କେଶବ ମହିନ୍ଦ୍ରା, ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଚାଚା ଏବଂ ଏ ପର୍ଯ୍ୟନ୍ତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ୍ ଏମେରିଟସ୍‌ ଦାୟିତ୍ୱ ତୁଲାଇ ଆସୁଥିଲେ।

୨୦୧୨ରେ ଗ୍ରୁପ୍ ଚେୟାରମ୍ୟାନ୍ ପଦରୁ କେଶବ ମହିନ୍ଦ୍ରା ଅବସର ନେବା ପରେ ଆନନ୍ଦ ମହିନ୍ଦ୍ରାଙ୍କୁ ଏହି ଦାୟିତ୍ୱ ମିଳିଥିଲା। କହି ରଖୁଛୁ, କେଶବ ମହିନ୍ଦ୍ରା ୧୯୨୩ ଅକ୍ଟୋବର ୯ରେ ଶିମଲାରେ ଜନ୍ମଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.