Below header

ଫୋକସରେ ପଶ୍ଚିମ ଓଡ଼ିଶା , ଆଜି ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ସମ୍ବଲପୁର(କେନ୍ୟୁଜ୍) : ଏଥର ଫୋକସରେ ପଶ୍ଚିମ ଓଡ଼ିଶା । ଆଜି ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସମ୍ବଲପୁର ଧନକଉଡ଼ାରେ ଦଳୀୟ ସମାବେଶରେ ଯୋଗଦେବେ । ୧୯ ନିର୍ବାଚନ ନେଇ ପଶ୍ଚିମ ଓଡ଼ିଶାର ବିଜେପି ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଶାହ । କାର‌୍ୟ୍ୟକ୍ରମରେ ସାମିଲ ହେବେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦାଧିକାରୀ । ଏହାପୂର୍ବରୁ ଗତକାଲି କଣ୍ଟାବାଞ୍ଜିରେ ବିଜେପିର ଓବିସି ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.