ପୁଲଓ୍ଵାମା ଆତଙ୍କୀ ହମଲାରେ ସହିଦଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ ଯବାନ

କେନ୍ୟୁଜ୍ : ପୁଲଓ୍ଵାମା ଏନ୍‌କାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସହିଦ ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ। ପ୍ରସନ୍ନ ସିଆରପିଏଫ୍‌ରେ ହେଡ୍‌ କନ୍‌ଷ୍ଟେବଳ ଭାବେ କାମ କରୁଥିଲେ। manoj

ସେହିପରି କଟକ ଜିଲ୍ଲା ନିଆଳି ରତନପୁରର ମନୋଜ କୁମାର ବେହେରା ବି ସହିଦ ହୋଇଛନ୍ତି । ମନୋଜ ୨୦୦୦୬ରେ ସିଆରପିଏଫ୍‌ରେ ଯୋଗଦେଇଥିଲେ । ଗତ ଡିସେମ୍ବର ୨୪ରେ ସେ ଝିଅର ଜନ୍ମଦିନ ପାଳିବାକୁ ଛୁଟିରେ ଘରକୁ ଆସିଥିଲେ । ଦେଢମାସ ରହି ଗତ ୬ତାରିଖରେ ଚାକିରିରେ ଯୋଗ ଦେଇଥିଲେ। ପରିବାରର ଗୋଟିଏ ପୁଅ ଥିଲେ ମନୋଜ। ପୁଅକୁ ହରାଇ ସହିଦଙ୍କ ପରିବାରରେ ଶୋକର ଛାୟା।