Below header

ଆଜି ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବ

ଭୁବନେଶ୍ବର(କେନ୍ୟୁଜ୍): ଗଣକବି ବୈଷ୍ଣବ ପାଣିଙ୍କ ଆଜି ଜୟନ୍ତୀ ଉତ୍ସବ। ରାଜ୍ୟ ତଥା ରାଜ୍ୟ ବାହାରେ ପାଳନ କରାଯାଉଛି କବିଙ୍କ ଜୟନ୍ତୀ ଉତ୍ସବ । ଏକାଧାରରେ ସେ ଥିଲେ ଜଣେ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, କାବ୍ୟକାର ଓ ପ୍ରଯୋଜକ । ୧୮୮୨ ମସିହା ଅଶ୍ୱିନ ମାସ ଗୁରୁବାର କୁମାର ପୂର୍ଣ୍ଣିମା ଦିନ କଟକ ଜିଲ୍ଲା ମାହାଙ୍ଗା କୋଠପଦା ଗାଁରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ ପାଣି । ଅନେକ ଗୁଡିଏ ଗୀତିକାବ୍ୟର ରଚୟିତା ହେଉଛନ୍ତି ବୈଷ୍ଣବ । ତାଙ୍କର ପ୍ରଥମ ରଚନା ଥିଲା ‘ମେଘନାଦ ବଧ’ । ଏହାପରେ ଅନେକ ଜଣାଣ, ଗୀତାଭିନୟ, ସୁଆଙ୍ଗ, ଔପନ୍ୟାସିକ, ବ୍ୟଙ୍ଗକାର, ଭଜନ, ପାଲା, କାବ୍ୟକବିତା ଇତ୍ୟାଦି ରଚନା କରିଥିଲେ ।

୧୯୦୩ ମସିହାରୁ ୧୯୫୬ ମସିହା ପର୍ଯ୍ୟନ୍ତ ଯଥାର୍ଥ ରୂପକାର ଭାବେ ସମାଜର ବିଭିନ୍ନ ଚଳଣିକୁ ନିଜ ଲେଖନୀ ମୁନରେ ରୂପ ଦେଇଛନ୍ତି । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ ୧୮୭୦ ମସିହାରେ ଭାଷା ବିଲୋପ ଆନ୍ଦୋଳନ, ଉତ୍କଳ ସମ୍ମିଳନୀ, ଅସହଯୋଗ ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆଦି କାର୍ଯ୍ୟ ରେ କବିଙ୍କ ଭୂମିକା ଥିଲା ଅବର୍ଣ୍ଣନନୀୟ । ସେପଟେ ଆଜି ତାଙ୍କ ଜୟନ୍ତୀ ଉତ୍ସବକୁ ଅନେକ ନେତା ଓ ରାଜନେତା ପାଳନ କରୁଥିବା ବେଳେ କବିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବେବି ଅସୁରକ୍ଷିତ ଭାବେ ପଡି ରହିଛି । ତେବେ ତାଙ୍କ ଅଣନାତି ତାଙ୍କର ସମସ୍ତ ସମାଗ୍ରୀକୁ ଏକ ସଂଗ୍ରହାଳୟ କରାଯାଇ ସୁରକ୍ଷିତ ରଖାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.