ଆଜିଠୁ ନେଦରଲାଣ୍ଡ ରାଜା ଓ ରାଣୀଙ୍କର ପାଞ୍ଚ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ନେଦରଲାଣ୍ଡ ରାଜା ଵିଲିୟମ ଆଲେକଜାଣ୍ଡର ଓ ରାଣୀ ମୟିକସିନା ଆଜି ପାଞ୍ଚ ଦିବସୀୟ ଭାରତ ଗ୍ରସ୍ତରେ ଆସୁଛନ୍ତି । ସେମାନେ ଆସନ୍ତା ଅକ୍ଟୋବର ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବାର ଯୋଜନା ରହିଛି । ଏହି ସମୟରେ ସେମାନେ ଦୁଇ ଦେଶର ଦ୍ୱିପାକ୍ଷିକ ଆର୍ଥିକ ଓ ରାଜନୈତିକ ସହଯୋଗ ବିଷୟରେ ଭାରତର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ । ୨୦୧୩ ମସିହାରେ ନେଦରଲାଣ୍ଡର ରାଜଗାଦି ସମ୍ଭାଳିବା ପରେ ରାଜା ଆଲେକଜାଣ୍ଡରଙ୍କର ଏହା ପ୍ରଥମ ରାଜନୈତିକ ଭାରତ  ଗସ୍ତ  । ଭାରତର ବିଦେଶ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିମନ୍ତ୍ରଣ ରକ୍ଷା କରି ହିଁ ସେମାନେ ଭାରତ ଯାତ୍ରାରେ ଆସୁଛନ୍ତି । ରାଜା ଓ ରାଣୀ ଦୁହେଁ ଏହି ସମୟରେ ଭାରତର ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ କେରଳ ଯିବେ । ସୋମବାର ସେମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ସୂଚନା ମୁତାବକ ନେଦରଲାଣ୍ଡ ରାଜା ଓ ରାଣୀଙ୍କ ସହ ତାଙ୍କ ଦେଶର ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଭାରତ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.