Below header

ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା

ପୁରୀ(କେନ୍ୟୁଜ୍): ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ । ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତବର୍ଷ ୩ହଜାରରୁ ଅଧିକ ହବିଷ୍ୟାଳୀଙ୍କ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଶିବିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରେଳବାଇ ପର୍ଯ୍ୟଟନ କଂପ୍ଲେକ୍ସ, ମୋଚିସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣ ହବିଷ୍ୟାଳୀ ସେଣ୍ଟରରେ ଖୋଲାଯାଇଛି ଅସ୍ଥାୟୀ ଶିବିର। ପ୍ରତି ଶିବିରରେ ହବିଷ୍ୟାଳୀଙ୍କ ପାଇଁ ମାଗଣା ରହିବା, ସ୍ୱାସ୍ଥ୍ୟସେବା, ପୂଜାର୍ଚ୍ଚନା ଏବଂ ପ୍ରତିଦିନ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ରହଣୀ ସ୍ଥଳରେ ସ୍ୱେଚ୍ଛାସେବୀ, ସରକାରୀ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ରହି ହବିଷ୍ୟାଳୀଙ୍କ ସମସ୍ତ ବ୍ୟବସ୍ଥା ବୁଝିବା ପାଇଁ ଆୟୋଜନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ଶହ ହବିଷ୍ୟାଳୀ ଏଥିପାଇଁ ପଞ୍ଜୀକରଣ କରିଛନ୍ତିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.