ଜାପାନରେ ତାଣ୍ଡବ ରଚୁଛି ବାତ୍ୟା ହଗିବିସ୍‌: ୭ ମୃତ, ୧୭ରୁ ଅଧିକ ନିଖୋଜ

ଜାପାନରେ ପ୍ରଳୟଙ୍କରୀ ବାତ୍ୟା । ବାତ୍ୟା ହଗିବିସ୍‌ ଜାପାନର ରାଜଧାନୀ ଟୋକିଓର ଦକ୍ଷିଣ- ପଶ୍ଚିମ ଦିଗରେ ଥିବା ଇଜୁ ଦ୍ୱିପରେ ଲ୍ୟାଣ୍ଡଫଲ କରିଛି। ୬ ଦଶନ୍ଧି ପରେ ଏଭଳି ଏକ ବଡ ବାତ୍ୟାର ସମ୍ମୁଖୀନ ହୋଇଛି ଜାପାନ। ବାତ୍ୟା ହଗିବିସ୍‌ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାକୁ ପ୍ରାୟ ୨୨୦ କିଲୋମିଟର । ପ୍ରାରମ୍ଭିକ ଭାବେ ୭ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି।

japan ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ବହୁ ଧନ ସଂପତ୍ତି ନଷ୍ଟ ହୋଇଛି। ତେବେ ଏଥିରେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଜାପାନ ସରକାର ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ବାତ୍ୟା ହଗିବିସ୍‌ ସ୍ଥଳଭାଗକୁ ଛୁଇଁ ଥିବାରୁ ବର୍ତ୍ତମାନ ଏହାର ପ୍ରକୋପ ଜାରି ରହିଛି। ଏଥିରେ ବହୁ କ୍ଷୟକ୍ଷତି ହେବାର ଆଂଶକା କରାଯାଉଛି। କ୍ୟୁଟୋ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଜାପାନ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ପ୍ରାକ୍‌ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି।

jAPAN_Typhoon