ଏଣିକି ଅବହେଳିତ ଚାଷୀଙ୍କୁ ଦିଆଯିବ ଗୁରୁତ୍ୱ, କାର୍ଯ୍ୟକାରୀ ହେବ କୃଷକ କଲ୍ୟାଣ ପାଣ୍ଠି

ଭୁବନେଶ୍ବର(କେନ୍ୟୁଜ୍) : ଏଣିକି ଅବହେଳିତ ଚାଷୀଙ୍କୁ ଦିଆଯିବ ଗୁରୁତ୍ୱ । କାଳିଆ ପରେ ଦୟନୀୟ ସ୍ଥିତିରେ ଥିବା ଚାଷୀଙ୍କୁ ମିଳିବ ସହାୟତା । ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେବ କୃଷକ କଲ୍ୟାଣ ପାଣ୍ଠି। ଯେଉଁ ବ୍ଲକରେ ଅଧିକ ଚାଷୀ ମୃତ୍ୟୁ ଘଟଣା ଘଟୁଛି ତାକୁ ଚିହ୍ନଟ କରାଯିବ। ସମ୍ପୃକ୍ତ ବ୍ଲକର ସରପଂଚଙ୍କୁ କ୍ଷମତା ଦିଆଯିବ । ଚିହ୍ନଟ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ। ଜିଲ୍ଲାସ୍ତରର ଅଧିକାରୀମାନେ ଏହାକୁ ତଦାରଖ କରିବେ। ସେହିପରି ଆମ ଆଦମୀ ବୀମା ଯୋଜନାରେ ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ନିଷ୍ପତି ହୋଇଛି । ପୂର୍ବରୁ ଏନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା । ଏବେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ବିରୋଧୀ ଏହାକୁ ଭିନ୍ନ ଆଖିରେ ଦେଖିଛନ୍ତି। ବିଜେପୁର ନିର୍ବାଚନ ପାଇଁ ସରକାରଙ୍କ ଏହା ଚାଷୀ ଭେଳିକି ବୋଲି କହିଛନ୍ତି ବିରୋଧୀ।

ଅନ୍ୟପକ୍ଷରେ ରାଜ୍ୟରେ ଚାଷୀଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିକାଶ ପାଇଁ କାଳିଆ ଯୋଜନା ୫୧.୫ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଯୋଜନାକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ତେବେ କୃଷକ କଲ୍ୟାଣ ପାଣ୍ଠି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୨୫୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.