Below header

ଆଜି କୁମାର ପୂର୍ଣ୍ଣମୀ, ସକାଳୁ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଛନ୍ତି କୁମାରୀମାନେ

ଭୁବନେଶ୍ବର(କେନ୍ୟୁଜ୍): ଆଜି କୁମାର ପୂର୍ଣ୍ଣମୀ। ଭଲ ବରଟିଏ ପାଇଁ ଉପବାସ ରଖିଛନ୍ତି କୁମାରୀ। ସକାଳୁ ସକାଳୁ କୁମାରୀମାନେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଥିଲେ। ଡାଲାରେ ଖଇ, ବିଭିନ୍ନ ପ୍ରକାର ଫଳ, ନଡିଆ ଓ ଫୁଲ ରଖି ସୂର୍ଯ୍ୟ ପୂଜା କରିଥିଲେ। ସନ୍ଧ୍ୟାରେ ଚଉଁରା ମୂଳରେ ପୂଜା କରି ପୂର୍ଣ୍ଣ ଚନ୍ଦ୍ରକୁ ବନ୍ଦାଣ କରିବେ। ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ସହ କୁମାରପୂର୍ଣ୍ଣିମା ପୂଜାର ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି। ଭାଦ୍ରବରେ ଖୁଦୁରୁକୁଣୀ ପୂଜାଠାରୁ ଆରମ୍ଭ ହୋଇ ଆଜି କୁମାର ପୂର୍ଣ୍ଣମୀରେ ଶେଷ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.