Below header

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ: ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ, ବଳରାମ ରୂପରେ ସଜାଇବାର ରହିଛି ପରମ୍ପରା

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ମହାପ୍ରଭୁ ବନଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ କୃଷ୍ଣଲୀଳା ଅନ୍ତର୍ଗତ ବିଭିନ୍ନ ବେଶ ଅନୁଷ୍ଠିତ ହେବାର କିମ୍ବଦନ୍ତୀ ଥିବାରୁ ଆଜି ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ଅନୁଷ୍ଠିତ ହେବ ।

ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ,ବାଛୁରୀ ସଙ୍ଗରେ ନେଇ ବନଭୋଜି ଉଦ୍ଦେଶ୍ୟରେ ଯାଇଥିଲେ । ଏହି ସ୍ମୃତି ଅନୁଯାୟୀ ବନଭୋଜି ବେଶ ରତ୍ନ ସିଂହାସନ ଉପରେ କରାଯାଇଥାଏ । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ, ବଳରାମ ରୂପରେ ସଜାଇ ବନଭୋଜି ବେଶ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.