ସବୁ ବିବାଦରେ ପଡିଲା ପୂର୍ଣ୍ଣଛେଦ: ୩୨ ଦିନ ପରେ ହାତ ମିଳାଇଲେ ଗେହଲଟ-ପାଇଲଟ, ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ

ରାଜସ୍ଥାନ: ରାଜସ୍ଥାନ ରାଜନୀତିରେ ଲାଗିରହିଥିବା ବିବାଦରେ ପଡିଲା ପୂର୍ଣ୍ଣଛେଦ । ପାଖାପାଖି ୩୨ ଦିନ ପରେ ଏକାଠି  ସାମ୍ନାକୁ ଆସିଲେ ଗେହଲଟ ଓ ପାଇଲଟ । ଦଳ ଓ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପହଞ୍ଚିଥିଲେ । ସବୁ ରାଗ ଭୁଲି ଗେହଲଟ ଓ ପାଇଲଟ ହାତ ମିଳାଇଛନ୍ତି । ଉଭୟ ବେଶ ଖୁସି ଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ଯପଟେ ଆଜି ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଗତକାଲି ବିଧାୟକ ଦଳ ବୈଠକ ବସିଥିଲା । ବିଧାନସଭାରେ ଦଳର ରଣନୀତି କଣ ହେବ, ସେ ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ଗେହଲଟ କହିଛନ୍ତି ଯେ, ବିଧାନସଭାରେ କଂଗ୍ରେସ ବିଶ୍ୱାସ ପ୍ରସ୍ତାବ ଆଗତ କରିବ । ସେପଟେ ବିଜେପି ଆଜି ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି । ବିଜେପି ପକ୍ଷରୁ ଆଜି ବିଧାୟକ ଦଳ ବୈଠକ ଡକାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.