Below header

ଆଜି ମା’ ବିରଜାଙ୍କ ସ୍ବନକ୍ଷତ୍ରୋତ୍ସବ, ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ ମହାମାୟୀ

ଯାଜପୁର : ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଆଜି ମା ବିରଜାଙ୍କ ଜନ୍ମ ଉତ୍ସବ ପାଳନ ହେଉଛି । ସକାଳୁ ନୀତିକାନ୍ତି ଅନୁସାରେ ମାଙ୍କ ମାହାସ୍ନାନ ସମ୍ପନ୍ନ ହୋଇଛି । ଆଜି ମା ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ । ଏହି ଅବସରରେ ମନ୍ଦିରରେ ବିଶେଷ ଯଜ୍ଞର ଆୟୋଜନ କରାଯିବା ସହିତ ଯାଜପୁର ବାସୀ ଏହି ଦିନକୁ ବିଶେଷ ଉତ୍ସବ ଭାବେ ପାଳନ କରିଥାନ୍ତି ।

ତେବେ ରୀତି ନୀତି ଅନୁସାରେ ଭୋର ୫ଟା୩୦ ମିନିଟ୍ ମଧ୍ୟରେ ମାଙ୍କ ନିତ୍ୟସ୍ନାନ କରାଯିବାପରେ ୭ଟା ୫ରୁ ୭ଟା ୪୬ମିନିଟ୍ ମଧ୍ୟରେ ମାଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି । ଏହାପରେ ମାଙ୍କର ସାବିତ୍ରୀ ବେଶ ଆରମ୍ଭ ହୋଇଛି । ବେଶ ସରିବା ପରେ ମାଙ୍କର ଷୋଡଶୋପଚାର ପୂଜା ଓ ସ୍ବନକ୍ଷତ୍ର ପୂଜା ହେବ । ଏହାପରେ ନବରତ୍ନ ମଣ୍ଡପରେ ମାଙ୍କ ଯଜ୍ଞ ଆରମ୍ଭ ହେବ । ଏହାପରେ ପୂର୍ଣ୍ଣାହୂତି ଏବଂ ଆରତୀ ଦର୍ଶନ, ଘଟ ବିସର୍ଜନ ନୀତି ସମ୍ପନ୍ନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.