Atlas Cycles ମାଲିକାଣୀଙ୍କ ଆତ୍ମହତ୍ୟା, ପାଖରେ ଛାଡିଲେ ସୁଇସାଇଡ୍‌ ନୋଟ

ନୂଆଦିଲ୍ଲୀ: ଆଟଲାସ୍‌ ସାଇକେଲ (Atlas Cycles) ମାଲିକ ସଞ୍ଜୟ କପୁରଙ୍କ ପତ୍ନୀ ନତାଶା କପୁର ଗତ ମଙ୍ଗଳବାର ଦିନ ଲୁଟିୟଂସ ଦିଲ୍ଲୀରେ ନିଜର ଔରଙ୍ଗଜେବ ଲେନର ବାସଭବନରେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ନତାଶା କପୁରଙ୍କ ସେହି ସୁଇସାଇଡ୍‌ ନୋଟରେ କହିଛନ୍ତି ସେ ଏପରି କିଛି କରିଛନ୍ତି, ଯାହା ‘ସେ କରିବାକୁ ଚାହୁଁନଥିଲେ’ ଏବଂ ନିଜର ଏହି କାମ ପାଇଁ ସେ ଲଜ୍ଜିତ ଥିଲେ।

ପୋଲିସ ସୂଚନା ଅନୁଯାୟୀ ନତାଶା କପୁର ସୁଇସାଇଡ୍‌ ନୋଟରେ ପରିବାର ସଦସ୍ୟଙ୍କୁ ନିଜର ଧ୍ୟାନ ରଖିବା ପାଇଁ କହିଛନ୍ତି। କିନ୍ତୁ ସେ ଏ ଭଳି ପଦକ୍ଷେପ ନେବାର ପ୍ରକୃତ କାରଣ ଉଲ୍ଲେଖ କରିନାହାନ୍ତି। ୫୭ ବର୍ଷିୟ ନତାଶା ନିଜର ଆତ୍ମହତ୍ୟା ପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି ବୋଲି ମଧ୍ୟ ସୁଇସାଇଡ୍‌ ନୋଟରେ ଲେଖିଛନ୍ତି।

delhi-1ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଗତ ମଙ୍ଗବାର ଅପରାହ୍ନ ପାଖାପାଖି ୩.୩୦ମିନିଟ୍‌ ରେ ତାଙ୍କୁ ନତାଶା ଆତ୍ମହତ୍ୟା କରିଥିବାର ସୂଚନା ମିଳିଥିଲା। ନତାଶାଙ୍କ ପୁଅ ସିଦ୍ଧାନ୍ତ ମା’ଙ୍କ ଆତ୍ମହତ୍ୟାକୁ ନେଇ କହିଛନ୍ତି ଗତ ମଙ୍ଗଳାବର ଦିନ ସେ ତାଙ୍କ ମା’ଙ୍କୁ ନିଜ ମୋବାଇଲ ଫୋନରୁ ଦୁଇ ଥର ଫୋନ କରି ଲଞ୍ଚରେ ସାମିଲ ହେବା ପାଇଁ କହିଥିଲେ କିନ୍ତୁ ତାଙ୍କ ମା’ କୌଣସି ଉତ୍ତର ଦେଇନଥିଲେ। ପରେ ସିଦ୍ଧାନ୍ତ ମା’ଙ୍କ ରୁମକୁ ଯିବା ପରେ ସେଠାରେ ତାଙ୍କ ମା’ ଏକ ଓଢଣୀ ସାହାଯ୍ୟରେ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ସିଦ୍ଧାନ୍ତ ମା’ଙ୍କୁ ସାଙ୍ଗେ ସାଙ୍ଗେ ପାଖରେ ଥିବା ଏକ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.