ଆଜି କାଳୀପୂଜା ଓ ଆଲୋକର ପର୍ବ ଦୀପାବଳି: କଟକରେ ୯୦ଟି ମାଆ ମେଢ, ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କଟକ(କେନ୍ୟୁଜ୍): ଆଜି ଆଲୋକର ପର୍ବ ଦୀପାବଳି । କରୋନା କଟକଣା ହଟିବା ପରେ ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳନ ହେବ। ରଙ୍ଗୀନ୍‌ ଆଲୋକରେ ଝଲସିବ ପରିବେଶ । ଗାଁଠୁ ସହର ଉତ୍ସବ ମୁଖର । ଆନନ୍ଦର ସହ ଆଲୋକର ପର୍ବକୁ ପାଳନ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ବାଣ କିଣିବାକୁ ସେଠାରେ ରାଜଧାନୀବାସୀଙ୍କ ଭିଡ଼ଙ୍କ ଜମୁଛି। ତେବେ କମ ପ୍ରଦୂଷଣ ବାଣ ପାଇଁ ଅଧିକ ଆଗ୍ରହ ଦେଖିବାକୁ ମିଳିଛି। ସେହିପରି ପରସ୍ପରକୁ ଶୁଭେଛା ଜଣାଇବା ପାଇଁ ମିଠା ଦୋକାନ ମାନଙ୍କରେ ମଧ୍ୟ ଭିଡ ଜମୁଛି। ପ୍ରିୟଜନଙ୍କୁ ଉପହାର ଦେବାକୁ କିମ୍ବା ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତଙ୍କୁ କରିବାକୁ ମିଠା କିଣି ନେଉଛନ୍ତି। ଗ୍ରାହକମାନଙ୍କ ଚାହିଦାକୁ ନଜରରେ ରଖି ମିଠା ଦୋକାନୀମାନେ ମଧ୍ୟ ବିଭିନ୍ନ ମିଠା ପ୍ରସ୍ତୁତ କରି ଖୋଲିଛନ୍ତି ପସରା।

ଚଳିତବର୍ଷ କାଳୀପୂଜା ପାଇ ବେଶ ଚଳଚଞ୍ଚଳ କଟକ ସହର । କଟକରେ ୯୦ଟି ମାଆ କାଳୀଙ୍କ ମେଢ ହୋଇଛି । ସେଥିରୁ ୨୫ଟି ଚାନ୍ଦି ଓ ସୁନା ମେଢ । କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଟକ ସହରରେ ମୁତୟନ ରହିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୬ ଜଣ ଅତିରିକ୍ତ ଡିସିପି ୩ ଶହ ପୋଲିସ ଅଫିସର ।

ପୁରୀ ବେଳାଭୂମିରେ ବାଲୁକାକଳା:

ଏପଟେପବିତ୍ର କାଳୀପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ମାଆ କାଳୀଙ୍କ ଆରାଧନା କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ମାଧ୍ୟମରେ ରାଜ୍ୟବାସୀଙ୍କୁ କଳୀପୂଜା ଓ ଦୀପାବଳିର ଶୁଭେଛା ଜଣାଇଛନ୍ତି।