Below header

ଆଜିର ଭାଗ୍ୟ ! ଦୀପାବଳିରେ ଏସବୁ ରାଶିର ବ୍ୟକ୍ତିଙ୍କର ରହିଛି ଶୁଭ ଯୋଗ

ମେଷ : ଆଜି ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସିର ଆସର ଜମିପାରେ ।ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ଖୁବ ଭଲ ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ମିଥୁନ : ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ ।

କର୍କଟ : କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ ସୁଯୋଗ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ ।

ସିଂହ : ଆଜି ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

କନ୍ୟା : ବନ୍ଧୁ ମାନଙ୍କ ସହ ଯୋଜନା କରିପାରନ୍ତି ବୁଲିଯିବା ପାଇଁ ,ଅଥବା ସେଠାରେ ମଧ୍ୟାନ୍ନ ଭୋଜନ କିମ୍ୱା ବନ୍ଧୁଙ୍କ ଦ୍ୱାରା ମଧ୍ୟ ହୋଇପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ସ୍ତ୍ରୀଙ୍କ ସହ ମଧୁର ସମ୍ପର୍କ ରହିବ ।

ତୁଳା : ଦୃଢ ଇଚ୍ଛାଶକ୍ତି ଯୋଗୁଁ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଆର୍ଥିକ ଲାଭ ଅର୍ଜନ କରିବେ । ଛାତ୍ର ମାନଙ୍କ ପାଇଁ ଏହା ଏକ ଭଲ ସମୟ ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି ।

ବିଛା : ଆଜିଦିନ ଆପଣଙ୍କ ପାଇଁ ଉତ୍ସାହରେ ଭରା ରହିବ । ଦୃଢ ଇଚ୍ଛାଶକ୍ତି ଯୋଗୁଁ ଆପଣ ସଫଳ ହେବେ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ, ଏପରିକି ଯଦି ଇଚ୍ଛା କରୁଛନ୍ତି, ଏକ ନୂଆ ଗାଡି ମଧ୍ୟ କିଣି ପାରନ୍ତି ।

ଧନୁ : ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ଅନ୍ୟ କାହା ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ଘରେ ପଡ଼ିବ । ଆପଣଙ୍କ ମନର କଥା ପରିପ୍ରକାଶ କରନ୍ତୁ । ଛାତ୍ରଛାତ୍ରୀ ମାନେ ନିରାଶ ହୁଅନ୍ତୁ ନାହିଁ।

ମକର : ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ । କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ! ସଫଳତା ପାଇଁ ଉତ୍ସବ ପାଳନ କରନ୍ତୁ, ଯେହେତୁ ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।

କୁମ୍ଭ : ବନ୍ଧୁଙ୍କୁ ଭେଟନ୍ତୁ । ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିଣନ୍ତୁ । ସନ୍ଧ୍ୟାରେ ଆପଣ ଏକ ସାମାଜିକ କାର୍ଯ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କୁ ଭେଟିବେ । ସେମାନଙ୍କ ସହ କଥା ହୋଇ ପୁରାପୁରି ଭାବେ ସତେଜ ଅନୁଭବ କରିବେ । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।

ମୀନ : ଆପଣ ସୁସ୍ଥ ରହିବେ । ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ମୋଟାମୋଟି ଭାବରେ ସବୁକିଛି ଆଜି ଭଲ ହେବ । ତେଣୁ ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଟାଣ କଥା କହିବା ପୂର୍ବରୁ ଥରେ ଭାବନ୍ତୁ । ଖୁବ କମ୍ ଦେଖା ହେଉଥିବା ବନ୍ଧୁଙ୍କ ସହ ଭେଟି ଦିନର ସଦୁପଯୋଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.