ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନାର IIC : ଚଢ଼ାଉ ବେଳେ ଗାଡ଼ିରୁ ଜବତ ହେଲେ ୧ ଲକ୍ଷ ୮୦ ହଜାର ଟଙ୍କା

କନ୍ଧମାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଧିକାରୀ । ଧୀରୋଜ କୁମାର ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । ବାଲିଗୁଡା ଥାନା ତ୍ରିବେଦୀ ପାର୍କ ନିକଟରେ ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମର ଚଢ଼ାଉ । ଚଢ଼ାଉ ବେଳେ ଥାନା ଅଧିକାରୀଙ୍କ ଗାଡ଼ିରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କଲା ଭିଜିଲାସନ୍ସ ଟିମ । ନଗଦ ଟଙ୍କା ଜବତ ପରେ ଜେରା ସମୟରେ ଭିଜିଲାସନ୍ସ ନିକଟରେ ହିସାବ ଦେଇ ପାରିଲେନି ଥାନା ଅଧିକାରୀ ।

ଫୁଲବାଣୀ ଭିଜିଲାସନ୍ସ DSP ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଯୋଜନା ମୁତାବକ ପ୍ରସ୍ତୁତ ରହିଥିଲେ । କୋଟଗଡ଼ ଥାନାରୁ ବାଲିଗୁଡା ଦେଇ ଖଜୁରୀପଡ଼ା ନିଜ ସ୍ତ୍ରୀ ପାଖକୁ ଯାଉଥିବା ସମୟରେ ଚଢ଼ାଉ କରିଥିଲା ଭିଜିଲାନ୍ସ l ତେବେ ନଗଦ ଟଙ୍କା କେଉଁଠୁ ଆସିଲା ସେ ନେଇ ଛାନଭିନ କରାଯାଉଛି । ଧୀରୋଜ ଲେଙ୍କାଙ୍କୁ ଅଟକ ରଖିଛି ଭିଜିଲାନ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.