Below header

ଡବଲ ମର୍ଡର ମାମଲା: ଅନୁପ ସାଏଙ୍କୁ ପୁଣି ତିନି ଦିନିଆ ରିମାଣ୍ଡ ନେଇ ଆଜି ହେବ ଶୁଣାଣି, ନାର୍କୋ ଟେଷ୍ଟ ସହ ବ୍ରେନ ମ୍ୟାପିଂ ପାଇଁ ବି କରାଯାଇଛି ଆବେଦନ

ରାୟଗଡ଼: ଛତିଶଗଡ଼ ଡବଲ ମର୍ଡର ଘଟଣାରେ ଖୋଲିବ ଆହୁରି ଗୁମର। ଅଧିକ ପଚରାଉଚରା ପାଇଁ ଅନୁପ ସାଏଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେବ ପୋଲିସ । ଏଥିପାଇଁ ରାୟଗଡ଼ ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛି ଛତିଶଗଡ ପୋଲିସ । ଆଜି ଏହାର ଶୁଣାଣି ହେବ । ସେହିପରି ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଆବେଦନର ମଧ୍ୟ ଶୁଣାଣି ହେବ । ନାର୍କୋ ଟେଷ୍ଟ ସହ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଛି ପୋଲିସ । ତେବେ ଜେରା ସମୟରେ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋ ପୋଲିସକୁ କୌଣସି ସହଯୋଗ କରିନଥିଲେ । ମାଆ-ଝିଅ କଳ୍ପନା ଓ ବବ୍‌ଲି ମର୍ଡର ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.