ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ(କେନ୍ଯୁଜ୍): ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ଅଞ୍ଚଳରେ ହେବାକୁ ଥିବା ହେରିଟେଜ୍‌ କରିଡର ସମ୍ପର୍କରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚୁଡାନ୍ତ ଆଲୋଚନା କରାଯିବ। ହେରିଟେଜ୍‌ କରିଡର କିଭଳି ହେବ ସେନେଇ ଜନସାଧାରଣଙ୍କଠାରୁ ପ୍ରସ୍ତାବ ମଗାଯାଇଥିଲା। ସେ ସମ୍ପର୍କରେ ମଧ୍ୟ ପରିଚାଳନା କମିଟିରେ ଆଲୋଚନା କରାଯିବ। ବୈଠକରେ ମୁଖ୍ୟ ପ୍ରଶସାନ କ୍ରିଷନ କୁମାର, ଜିଲ୍ଲାପାଳ, ଏସ୍‌ପି, ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିବେ।

You might also like