Below header

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ହେବ ଶୃଙ୍ଗାର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ପହଣ୍ଡି ଓ ଘୋଷଯାତ୍ରାରେ ଆସି ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡିଯାଇଥିବାରୁ ଆଜି ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଏହି ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ କରିବେ ଦତ୍ତମହାପାତ୍ର ସେବାୟତ । ରାତି ପ୍ରାୟ ୯ଟାରୁ ୬ଘଣ୍ଟା ଧରି ଏହି ବନକଲାଗି ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଦିନ ତମାମ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ସହ ଦର୍ଶନ ସ୍ୱାଭାଭିବ ରହିବ । ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.