ପଏଣ୍ଟ ଟେବୁଲର ଶୀର୍ଷରେ ଟିମ୍ ଇଣ୍ଡିଆ, ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା

ପଏଣ୍ଟ ଟେବୁଲର ବାଦଶାହ ହେଲା ଟିମ୍ ଇଣ୍ଡିଆ । ଶେଷ ଲିଗ୍ ମ୍ୟାଚ୍ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ବିରାଟ ବାହିନୀ । ଗତକାଲି ଟିମ୍ ଇଣ୍ଡିଆ ତାର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇବା ପରେ ଦଳର ପଏଣ୍ଟ ପହଞ୍ଚିଥିଲା ୧୫ରେ । ଏପଟେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ହରାଇବା ପରେ ଶୀର୍ଷରେ ପହଞ୍ଚିଛି ଭାରତ । ଏବେ ସେମିଫାଇନାଲରେ ଭାରତ ସହିତ ୪ ନମ୍ବରରେ ଥିବା ନ୍ୟୁଜିଲାଣ୍ଡ ସହିତ ମୁକାବିଲା ହେବ । ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ସହ କୌଣସି ବି ମ୍ୟାଚ୍ ଖେଳିନି ଭାରତ । ଲିଗ୍ ପର୍ଯ୍ୟାୟ ମ୍ୟାଚରେ ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ ହୋଇଥିଲା । ଏବେ ସେମିଫାଇନାଲରେ ଦୁଇଦଳ ମୁହାଁମୁହିଁ ହେବେ ।

new-zealand-india.

ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ବଳରେ ଲିଗ ପର୍ଯ୍ୟାୟ ଶେଷ ମ୍ୟାଚରେ ସିଂହଳୀ ଟିମକୁ ଧରାଶାୟୀ କରିଛି ଟିମ ଇଣ୍ଡିଆ। ଲିଡ୍ସରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୭ୱିକେଟରେ ପରାସ୍ତ କରିଛି ଦଳ । ଶ୍ରୀଲଙ୍କାର ୨୬୫ ରନ ଟାର୍ଗେଟକୁ ପିଛା କରି ଟିମ ଇଣ୍ଡିଆ ୪୪ତମ ଓଭରରେ ୩ୱିକେଟରେ ଏହି ବିଜୟ ଲାଭ କରିଛି । ପୂର୍ବରୁ ଟସ ଜିତି ବ୍ୟାଟିଂ କରିଥିବା ସିଂହଳୀ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୨୬୪ ରନ କରିଥିଲା । ଦଳ ପକ୍ଷରୁ ଅଞ୍ଜେଲୋ ମାଥ୍ୟୁସ ୧୧୩ ରନ କରିଥିବା ବେଳେ ଥିରିମାନେ ୫୩ ରନ କରିଥିଲେ।

ଭାରତ ପକ୍ଷରୁ ବୁମରା ୩ଟି ଓ୍ଵିକେଟ ନେଇଥିଲେ । ସେହିପରି ଭୁବନେଶ୍ୱର କୁମାର, ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା । ଗୋଟିଏ ସମୟରେ ଶ୍ରୀଲଙ୍କା ଟିମ ୫୫ ରନରେ ୪ଟି ଓ୍ଵିକେଟ ହରାଇଥିଲା । ତେବେ ମାଥ୍ୟୁସ ଓ ଥିରିମାନେଙ୍କ ଯୋଡିଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁଁ ଦଳ ୨୫୦ ରନ ପାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.