ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଯଦି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରନ୍ତି ତେବେ ବିନା ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ଘୋଷଣା କରାଯିବ। ୩ଟି ଆସନ ପାଇଁ ମାତ୍ର ୩ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ପ୍ରାର୍ଥୀ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଅଛନ୍ତି ଅଶ୍ୱିନୀ ବୈଷ୍ଣବ। ଅଶ୍ୱିନୀଙ୍କୁ ସମର୍ଥନ ଦେଇଛି ବିଜେଡି। ଜୁନ ୨୪ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ତିନିଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିଲା। ସ୍ୱାଧୀନ ଭାବେ ପ୍ରାର୍ଥୀ ନଗେନ୍ଦ୍ର ମିଶ୍ରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ଜୁଲାଇ ୫ରେ ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.